Masthead

ରିଲିଜ ହେଲା ‘ଓଏମଜି-୨’ର ଟ୍ରେଲର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅକ୍ଷୟ କୁମାର ଓ ପଙ୍କଜ ତ୍ରିପାଠୀ ସହିତ ଭଗବାନ ଏବଂ ଭକ୍ତର ସର୍ମ୍ପକକୁ ନେଇ ଆଧାରିତ ‘ଓଏମଜି-୨’ର ଟ୍ରେଲର ରିଲିଜ ହୋଇସାରିଛି । ଯେବେଠୁ ଏହି ଫିଲ୍ମର ଘୋଷଣା ହୋଇଛି, ସେବେଠୁ ପ୍ୟାନ୍ସମାନେ ଏହାର ଅପେକ୍ଷାରେ ଅଛନ୍ତି । ପ୍ରଶଂସକମାନେ ଏହାର ଟ୍ରେଲରକୁ ଖୁବ ଉତ୍ସାହର ସହ ଅପେକ୍ଷା କରିଥିଲେ । ଫିଲ୍ମରେ ଅକ୍ଷୟ, ଶିବଙ୍କ ଦୂତ ଏବଂ ପଙ୍କଜ ଜଣେ ଭକ୍ତ ଭାବେ ନଜର ଅସିବେ । ଫିଲ୍ମର ଟ୍ରେଲର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଏହାର କ୍ରେଜ ଦେଖିବାକୁ ମିଳିଛି ।

ଫିଲ୍ମ ‘ଓଏମଜି-୨’ର ଏକ ସାଧାରଣ ପରିବାର ଯିଏ ଭଗବାନ ଶିବଙ୍କୁ ଖୁବ ବିଶ୍ୱାସ କରନ୍ତି । ସେମାନେ ଏକ ଅସୁବିଧାର ସମ୍ମୁଖୀନ ହେବା ପରେ ଶିବ ଦୂତ ତାଙ୍କୁ ପ୍ରେରଣା ଦେବା ସହ ଉତ୍ସାହିତ କରୁଛନ୍ତି ।ଏହି ଚଳଚ୍ଚିତ୍ରରେ ସମାଜ ସହ ଜଡିତ କିଛି ପ୍ରସଙ୍ଗକୁ ସମ୍ନାକୁ ଆସିଛି । କହିବାକୁ ଗଲେ ଫିଲ୍ମର ଟ୍ରେଲରୁ ଭଲ ପ୍ରତିକ୍ରିୟା ମିଳିଛି । ୨୦୧୨ ରେ ଏହି ଫିଲ୍ମର ପ୍ରଥମ ପାର୍ଟ ସୁପରହିଟ ହୋଇଥିବା ବେଳେ ଦୀର୍ଘ ୧୧ବର୍ଷ ପରେ ଏହାର ପାର୍ଟ ୨ ରିଲିଜ ହେବାକୁ ଯାଉଛି । ଫିଲ୍ମର ରିଲିଜ ପରେ ଜଣାପଡିବ ଦର୍ଶକଙ୍କୁ ଏହା କେତେ ପସନ୍ଦ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ