କୋଲିକତା (ବଡ଼ ଖବର ବ୍ୟୁରୋ): ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡିରେ ମୃତାହତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପଶ୍ଚିମବଙ୍ଗ ବାସିନ୍ଦା । ଏବେବି ପଶ୍ଚିମବଙ୍ଗର ଅଧିକଂଶ ଆହତ କଟକ ଓ ଭୁବନେଶ୍ବରର ଏକାଧିକ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି। ଅସୁସ୍ଥଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଓଡିଶା ଆସୁଛନ୍ତି । ଆସନ୍ତା ବୁଧବାର ଭୁବନେଶ୍ବର ଓ କଟକରେ ଆହତଙ୍କୁ ଭେଟିବେ ମମତା । ପରେ ଆହତଙ୍କୁ ସହାୟତା ରାଶି ପ୍ରଦାନ କରିବା ସହ ମୃତାହତଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ରାଶି ସହ ସରକାରୀ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିବେ ।
#WATCH | West Bengal CM Mamata Banerjee reacts on Railway Board seeking CBI inquiry into Balasore train accident, says "We want people to know the truth. It is not the time to suppress the truth". pic.twitter.com/hWUNRxZK7M
— ANI (@ANI) June 5, 2023
ଏନେଇ ମମତା ଆଜି କୋଲକାତାରେ ଗଣମାଧ୍ୟମକୁ ସମ୍ବୋଧିତ କରି ନିଜେ ସୂଚନା ଦେଇଛନ୍ତି ।ମମତା ଆଜି ଏହି ଘୋଷଣା ସହ ପୁଣି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । କେନ୍ଦ୍ରର ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ନାପସନ୍ଦ କରିଛନ୍ତି ମମତା, ସେ କହିଛନ୍ତି ଏବେ ମୃତାହତଙ୍କ ପରିବାର କଥା ଚିନ୍ତା କରିବାର ସମୟ । ଅନେକ ଲୋକ ସେମାନଙ୍କର ହାତ ଓ ଗୋଡ ହରାଇଛନ୍ତି ।