Masthead

ସଚିନ ପାଇଲଟଙ୍କୁ ଗୁରୁତ୍ୱ ଦେଉନି କି କଂଗ୍ରେସ?

ନୂଆଦିଲ୍ଲୀ(ବଡ଼ କବର ବ୍ୟୁରୋ): ଦିନକୁ ଦିନ ବଢ଼ୁଛି କଂଗ୍ରେସର ଦଳୀୟ କନ୍ଦଳ । ରାଜସ୍ଥାନରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଏବେ ବିବାଦ ବଢ଼ିବାକୁ ଲାଗିଛି । ଏ ଦୁହିଁଙ୍କ କଳି ମଧ୍ୟରେ ଦଳ ନା ଅଶୋକ ଗେହଲଟଙ୍କ ଭଳି ବରିଷ୍ଠ ନେତାଙ୍କୁ ହରାଇବାକୁ ଚାହୁଁଛି, ନା ସଚିନ ପାଇଲଟଙ୍କ ଭଳି ଯୁବନେତାଙ୍କୁ ଦଳରୁ ଛାଡ଼ିବାକୁ ଚାହୁଁଛି । କାରଣ ଅଶୋକ ଦଳର ବର୍ତ୍ତମାନ ହେଲେ ସଚିନ ଦଳର ଭବିଷ୍ୟତ । ଏପରି ଛକାପଞ୍ଝା ମଧ୍ୟରେ ସଚିନ ପାଇଲଟ ଦିଲ୍ଲୀ ଯାଇଥିଲେ । ହେଲେ ଦଳର ଶୀର୍ଷ ନେତାମାନଙ୍କୁ ଦେଖା ନକରି ଦିଲ୍ଲୀରୁ ଚାଲିଆସିଥିଲେ । ଆଉ ଏବେ ପୁଣି ଦିଲ୍ଲୀ ଯାଇ ସେମାନଙ୍କୁ ଫୋନ କରିଥିଲେ ମଧ୍ୟ ରାହୁଲ ଗାନ୍ଧି କିମ୍ବା ପ୍ରିୟଙ୍କା ଗାନ୍ଧି ତାଙ୍କ ଫୋନ ଉଠାଇ ନଥିବା ସୂଚନା ମିଳିଛି । ତେବେ ଥରେ କି ଦୁଇ ଥର ନୁହେଁ ଦୁଇଜଣଙ୍କୁ ୪୦ରୁ ୫୦ଥର କଲ କରିଛନ୍ତି ସଚିନ ପାଇଲଟ । କିନ୍ତୁ ଉଭୟ ତାଙ୍କୁ ଅଣଦେଖା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଜେପିର ରାଜ୍ୟସଭା ସାଂସଦ ଡକ୍ଟର କିରୋଧି ଲାଲ ମିଣା ।

ତେବେ ରାଜସ୍ଥାନରେ ସଚିନ ଓ ଗେହଲଟଙ୍କ କଳି କାହାକୁ ଅଛପା ନାହିଁ । ଦୁଇଜଣଙ୍କ ଶିବିର ଏବେ ଦୁଇଭାଗ । ଗଲା ବର୍ଷ ପାଇଲଟ ଉପ ମୁଖ୍ୟମନ୍ତ୍ରୀ ପଦ ଛାଡ଼ଥିଲେ । ଏହାସହ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଦଳର ବହୁ ବରିଷ୍ଠ ନେତା ତାଙ୍କୁ ବୁଝା ସୁଝା କରିବା ପରେ ସେ ଶାନ୍ତ ରହିଥିଲେ । କିନ୍ତୁ ସେତେବେ ପାଇଲଟଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଏକ ବର୍ଷ ପୁରିଥିଲେ ମଧ୍ୟ ତାହା ପୁରଣ ହୋଇନି । ଯେଉଁ କାରଣରୁ ସେ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେବେ ଏଥିପାଇଁ ମୁଖ୍ୟତଃ ଗେହଲଟ ଦାୟୀ ବୋଲି ପାଇଲଟଙ୍କ ସମର୍ଥକ ଦାବି କରୁଛନ୍ତି । ସେପଟେ ପାଇଲଟଙ୍କ ବିରୋଧ ସମୟରେ ତାଙ୍କ ସମର୍ଥନ କରୁଥିବା କିଛି ବିଧାୟକମାନେ ଏବେ ଗେହଲଟଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ୟୁପିର ବଡ଼ ନେତା ଜିତିନ ପ୍ରସାଦ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବା ପରେ ଏବେ ସଚିନ ପାଇଲଟ ପୁଣି ସକ୍ରିୟ ହୋଇଛନ୍ତି । ଦିଲ୍ଲୀରେ ହାଇକମାଣ୍ଡ ଉପରେ ଚାପ ପକାଇବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ଦଳ ଗୁରୁତ୍ୱ ଦେଉନଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ମୌସୁମୀ…ତମେ କେଉଁଠି ଥିଲ, ଏତେ ଜଲଦି ଆସିଗଲ 🔴 ଏନକାଉଣ୍ଟର ପୂର୍ବରୁ ହାର୍ଡକୋର ମାଓନେତା ବାସବରାଜର ଶେଷ ଚିଠି