Masthead

‘ଆଦିବାସୀଙ୍କ ଠାରୁ ଆଣିଥିବା ଟଙ୍କା ଫେରାଇ ଦିଅ’

ଲାଞ୍ଜିଗଡ଼  (ବଡ଼ ଖବର ବ୍ୟୁରୋ): ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ । କୁଚେଇଯୋର ଠାରେ ମାଓ ପୋଷ୍ଟର ଲଗାଇ ଉପସ୍ଥିତ ଜାହିର କରିଛନ୍ତି । ବିଭିନ୍ନ ଅଭିଯୋଗ ନେଇ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଆହ୍ବାନ ଦେଇଛନ୍ତି। ତିନି ଜଣ ସରକାରୀ ଶିକ୍ଷକମାନଙ୍କୁ ବିଭିନ୍ନ ଆଳରେ ହଇରଆଣ କରି ଟଙ୍କା ମାଗିବା, ନୀରିହ ସରକାରୀ କର୍ମଚାରୀଙ୍କୁ ହଇରାଣ କରୁଥିବା, ମାଓବାଦୀ ବିରୋଧୀ ବନ୍ଦ କରିବା, ଠକ ମିଡ଼ିଆ କାମ ବନ୍ଦ କରିବା ଆଦି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।

ପାଷ୍ଟିକୁଡିର ଲାଲୁ ନିଆଲ ନିରୀହ ଯୁବତୀମାନଙ୍କୁ ଚାକିରି କରାଇଦେବା ନାଁ ଶାରୀରିକ ସମ୍ପର୍କ ରଖି ବ୍ଲାକମେଲିଙ୍ଗ କରି ଟଙ୍କା ମାଗିବା, ଆଦିବାସୀମାନଙ୍କ ଠାରୁ ଆଣିବା ଥିବା ଟଙ୍କା ଏକ ସପ୍ତାହ ମଧ୍ୟରେ ଟଙ୍କା ଫେରାଇବାକୁ ଆହ୍ବାନ ଦେଇଛନ୍ତି । ଏହା ସହିତ ଏହି କାର୍ଯ୍ୟରୁ ଦୂରେଇ ନରହିଲେ ଆଗାମୀ ଦିନରେ ପ୍ରଜାକୋଟକୁ ଡକାଯିବ ଯିବ ବୋଲି ଚେତାବନୀ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’