Masthead

ଦିନେଶ ମୋଙ୍ଗିଆ ଓଡ଼ିଶା ରଣଜୀ ପ୍ରଶିକ୍ଷକ !

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଦିନେଶ ମୋଙ୍ଗିଆ ହେବେ ଓଡ଼ିଶା ରଣଜୀ ପ୍ରଶିକ୍ଷକ । ପଛରେ ପଡିଛନ୍ତି ସୁରେନ୍ଦ୍ର, କିରଣ ଓ ରଶ୍ମିରଞ୍ଜନ । ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ହେଉଛନ୍ତି ଦିନେଶ ମୋଙ୍ଗିଆ । ଦିନେଶଙ୍କ ସହ ଓସିଏର ଆନୁଷ୍ଠାନିକ ଆଲୋଚନା ଶେଷ ହୋଇସାରିଥିବା ବେଳେ ୨୧ ତାରିଖରେ ସେ ଓଡ଼ିଶା ଆସିପାରନ୍ତି । ସେହିପରି ମହିଳା ଦଳର ପ୍ରଶିକ୍ଷକ ଭାବେ ପୁଷ୍ପାଞ୍ଜଳି ବାନାର୍ଜୀଙ୍କ ଉପରେ ଓସିଏ ସନ୍ତୁଷ୍ଟ ନଥିବାରୁ ପୂର୍ବତନ ଭାରତୀୟ ଅଲରାଉଣ୍ଡର ରୁମେଲି ଧରଙ୍କୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି କରିବାର ଯୋଜନା ରହିଛି ।

ତେବେ ଓସିଏର ନୂଆ ପ୍ରଶିକ୍ଷକମଣ୍ଡଳୀ ଓ ଚୟନ ସମିତି ବିଷୟରେ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି । ପୂର୍ବ ରଣଜୀରେ ଓଡ଼ିଶାର ପ୍ରଦର୍ଶନ ଆଶାନୁରୂପକ ନଥିଲା । ତେଣୁ ପ୍ରଶିକ୍ଷକ ବଦଳାଇବା ପାଇଁ ଓସିଏ ପକ୍ଷରୁ ଚିନ୍ତା କରିଥିଲା । ଦିନେଶଙ୍କୁ ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ କରିବା ପାଇଁ ଓସିଏ ମୋହର ମାରିଥିବା ଜଣାପଡିଛି । ତେବେ ଦିନେଶ ତାଙ୍କ ପ୍ରଶିକ୍ଷଣ ମଣ୍ଡଳୀ ମଧ୍ୟରେ ଜଣେ ବୋଲିଂ ପ୍ରଶିକ୍ଷକଙ୍କୁ ରଖିବାକୁ ଚାହୁଁଥିବାରୁ ଏହି ସ୍ଥାନ ପାଇଁ ଦୀପକ ମଙ୍ଗରାଜ କିମ୍ବା ସଞ୍ଜୟ ଶତପଥିଙ୍କୁ ନିଯୁକ୍ତି ମିଳିପାରେ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା