Masthead

ଦିନେଶ ମୋଙ୍ଗିଆ ଓଡ଼ିଶା ରଣଜୀ ପ୍ରଶିକ୍ଷକ !

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଦିନେଶ ମୋଙ୍ଗିଆ ହେବେ ଓଡ଼ିଶା ରଣଜୀ ପ୍ରଶିକ୍ଷକ । ପଛରେ ପଡିଛନ୍ତି ସୁରେନ୍ଦ୍ର, କିରଣ ଓ ରଶ୍ମିରଞ୍ଜନ । ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ହେଉଛନ୍ତି ଦିନେଶ ମୋଙ୍ଗିଆ । ଦିନେଶଙ୍କ ସହ ଓସିଏର ଆନୁଷ୍ଠାନିକ ଆଲୋଚନା ଶେଷ ହୋଇସାରିଥିବା ବେଳେ ୨୧ ତାରିଖରେ ସେ ଓଡ଼ିଶା ଆସିପାରନ୍ତି । ସେହିପରି ମହିଳା ଦଳର ପ୍ରଶିକ୍ଷକ ଭାବେ ପୁଷ୍ପାଞ୍ଜଳି ବାନାର୍ଜୀଙ୍କ ଉପରେ ଓସିଏ ସନ୍ତୁଷ୍ଟ ନଥିବାରୁ ପୂର୍ବତନ ଭାରତୀୟ ଅଲରାଉଣ୍ଡର ରୁମେଲି ଧରଙ୍କୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି କରିବାର ଯୋଜନା ରହିଛି ।

ତେବେ ଓସିଏର ନୂଆ ପ୍ରଶିକ୍ଷକମଣ୍ଡଳୀ ଓ ଚୟନ ସମିତି ବିଷୟରେ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି । ପୂର୍ବ ରଣଜୀରେ ଓଡ଼ିଶାର ପ୍ରଦର୍ଶନ ଆଶାନୁରୂପକ ନଥିଲା । ତେଣୁ ପ୍ରଶିକ୍ଷକ ବଦଳାଇବା ପାଇଁ ଓସିଏ ପକ୍ଷରୁ ଚିନ୍ତା କରିଥିଲା । ଦିନେଶଙ୍କୁ ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ କରିବା ପାଇଁ ଓସିଏ ମୋହର ମାରିଥିବା ଜଣାପଡିଛି । ତେବେ ଦିନେଶ ତାଙ୍କ ପ୍ରଶିକ୍ଷଣ ମଣ୍ଡଳୀ ମଧ୍ୟରେ ଜଣେ ବୋଲିଂ ପ୍ରଶିକ୍ଷକଙ୍କୁ ରଖିବାକୁ ଚାହୁଁଥିବାରୁ ଏହି ସ୍ଥାନ ପାଇଁ ଦୀପକ ମଙ୍ଗରାଜ କିମ୍ବା ସଞ୍ଜୟ ଶତପଥିଙ୍କୁ ନିଯୁକ୍ତି ମିଳିପାରେ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ୨୪ ଯାଏ କାଳବୈଶାଖୀ, ଝଡ ବର୍ଷା ଆଲର୍ଟ 🔴 ଆଜି ମଧ୍ୟ ଗୃହରେ ହେବ ଅଚଳାବସ୍ଥା 🔴 ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ