Masthead

ବଲିଉଡକୁ ମହାରାଷ୍ଟ୍ର ବାହାରକୁ ନେବାକୁ ବିଜେପି କରୁଛି ଷଡ଼ଯନ୍ତ୍ର: ନବାବ

(ବଡ଼ ଖବର ବ୍ୟୁରୋ)  ମୁମ୍ବାଇ ଡ୍ରଗ୍ସ ମାମଲାରେ ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋର ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ସମାଲୋଚନା କରି ଆସୁଥିବା ଏନସିପି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ ଏବେ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି , ମୁମ୍ବାଇ ଡ୍ରଗ୍ସ ମାମଲା ଏକ ଷଡଯନ୍ତ୍ର ।

ବଲିଉଡକୁ ମହାରାଷ୍ଟ୍ର ବାହାରକୁ ଉଠାଇ ନେବାକୁ ବିଜେପି ଏହି ଷଡ଼ଯନ୍ତ୍ର ରଚିଛି । ଏହା ସହିତ ନବାବ ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ପୁଣି ଆକ୍ରମଣ କରିଛନ୍ତି । ନବାବ କହିଛନ୍ତି, ମୁମ୍ବାଇ ପୋଲିସ ଯେପରି ତାଙ୍କୁ ଗିରଫ କରିପାରିବ ନାହିଁ , ସେଥିପାଇଁ ନିର୍ଦ୍ଦେଶ ଦେବାକୁ ସମୀର ୱାଙ୍ଖଡେ ବମ୍ବେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି । ସେପଟେ ମୁମ୍ବାଇ ପୋଲିସ ବମ୍ବେ ହାଇକୋର୍ଟଙ୍କୁ ପ୍ରତିଶୃତି ଦେଇଛି ଯେ, ତିନି ଦିନର ନୋଟିସ ନ ଦେଇ ସେମାନେ ସମୀର ୱାଙ୍ଖଡେଙ୍କୁ ଗିରଫ କରିବେ ନାହିଁ । ୱାଙ୍ଖଡେ ଧମକ ଦେଇ ଟଙ୍କା ଆଦାୟ କରୁଥିବା ଭଳି ଅଭିଯୋଗ ହୋଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା