Masthead

ଟିକେଟ ଓ ଆଶୀର୍ବାଦ ନେଇ ଫେରିଲେ ଦୀପାଲି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଦୀପାଲି ଦାସ ଦଳୀୟ ଟିକେଟ ନେଇ ଫେରିଛନ୍ତି । ସାଥୀରେ ନେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୀର୍ବାଦ । ନବୀନ ନିବାସରେ ଦଳୀୟ ଟିକେଟ ନେବା ପରେ ଦୀପାଲି ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । ନବୀନ ଖାଲି ଆଶୀର୍ବାଦ ଦେଇ ନାହାନ୍ତି ବିଜୟ ସୁନିଶ୍ଚିତ ବୋଲି ଅଭୟବାଣୀ ଶୁଣାଇଛନ୍ତି ।

ଲୋକଙ୍କ ସହ ରହି ସାମୂହିକ ବିକାଶ ଉପରେ ଗୁରୁତ୍ୱ ଦେବାକୁ ଦଳୀୟ ନେତାମାନେ ଦୀପାଲିଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି । ନବୀନ ନିବାସରୁ ବାହାରି ଦୀପାଲି ସିଧା ଝାରସୁଗୁଡ଼ା ଅଭିମୁଖେ ବାହାରିଛନ୍ତି । ଚର୍ଚ୍ଚା ହେଉଛି ଆସନ୍ତା ସୋମବାର ସେ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିବେ । ଦୀପାଲିଙ୍କ ବାସଭବନରୁ ଝାରସୁଗୁଡ଼ା ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶେଭାଯାତ୍ରାର ଆୟୋଜନ କରାଯାଇଛି । ଏହି ଶେଭାଯାତ୍ରାରେ ବିଜେଡି ପର୍ଯ୍ୟବେକ୍ଷକ ସମେତ ଛାମୁଆ ନେତା , ସଙ୍ଗଠକ ଓ କର୍ମୀ ମାସିଲ ହେବେ ।

ଦୀପାଲି ୨ ସେଟ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଆଲୋଚନା ହେଉଛି । ଗୋଟିଏ ସେଟରେ କିଛି ମନ୍ତ୍ରୀ ଓ ବିଧାୟକ ସମର୍ଥକ, ପ୍ରସ୍ତାବକ ରହିପାରନ୍ତି । ଅନ୍ୟ ସେଟରେ ବ୍ଲକ ସ୍ତରୀୟ କିଛି ପର୍ଯ୍ୟବେକ୍ଷକ , ସମର୍ଥକ ଓ ପର୍ଯ୍ୟବେକ୍ଷକ ରହିବେ ବୋଲି ଆଲୋଚନା ହେଉଛି । ପ୍ରାର୍ଥିପତ୍ର ଦାଖଲ ଶୋଭାଯାତ୍ରାରେ ସାମିଲ ହେବା ପୁର୍ବରୁ ଦୀପାଲି ଦିବଙ୍ଗତ ବାପା ନବ ଦାସଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ ମଧ୍ୟ ଭିକ୍ଷା କରିବେ ।

ସପଟେ ଦୀପାଲି କହିଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନେଇଛନ୍ତି, ବିଜୟୀ ନେଇ ସମ୍ପୁର୍ଣ୍ଣ ଆଶାବାଦୀ ଅଛନ୍ତି । ଜିତିକି ମୁଖ୍ୟମନ୍ତ୍ରୀଙ୍କୁ ଗର୍ବିତ କରେଇବି ବୋଲି କହିଛନ୍ତି ଦୀପାଳୀ । ଏଥିସହ ଝାରସୁଗୁଡାରେ କିଛି ବିକାଶ ହୋଇନଥିବା ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । କହିଛନ୍ତି, ପାନୀୟ ଜଳଠୁ ବିମାନ ବନ୍ଦର ସବୁ କ୍ଷେତ୍ରରେ କାର୍ୟ୍ୟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ