ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ

ବାରିପଦା (ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ । ବିଜୁ ଛାତ୍ର ଜନତା ଦଳର ନୂତନ ପଦାଧିକାରୀ ଘୋଷଣା । ନୂତନ ପଦାଧିକାରୀ ଘୋଷଣାକୁ ନେଇ ଅସନ୍ତୋଷ । ସୋସିଆଲ ମିଡିଆରେ ବିରୋଧ । ନିଷ୍ପତ୍ତି ନବଦଳିଲେ ହେବ ପ୍ରତିବାଦ । ଚାଲି ଚାଲି ନବୀନ ନିବାସ ଯିବାକୁ ଚେତାବନୀ । ଯୁବ ନେତାଙ୍କୁ ବହିଷ୍କାର କରାଯିବାକୁ ନେଇ ଅସନ୍ତୋଷ । ଯୁବ ନେତୃତ୍ୱ ମଧ୍ୟରେ ବଡ ଫାଟ । ମୟୂରଭଞ୍ଜ ଜିଲ୍ଲା ପାଇଁ ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳର ନୂତନ ପଦାଧିକାରୀ ଘୋଷଣାକୁ ନେଇ ଦଳରେ ଅସନ୍ତୋଷ ଦେଖାଦେଇଛି ।

ନୂତନ ନିଯୁକ୍ତିକୁ ନେଇ ସାମାଜିକ ଗଣ ମାଧ୍ୟମରେ ଖୁଲମ୍ ଖୁଲା ବିରୋଧ କରାଯାଇଛି । ଏପରିକି ନିଷ୍ପତ୍ତି ନ ବଦଳିଲେ ପ୍ରତିବାଦ ସ୍ୱରୂପ ଚାଲି ଚାଲି ନବୀନ ନିବାସ ଯିବାକୁ ପ୍ରସ୍ତୁତ ବୋଲି ସାମଜିକ ଗଣ ମାଧ୍ୟମରେ ପ୍ରଚାର କରାଯାଇଛି । କିଛି ସ୍ଥାନରେ ଯୁବ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କରା ଯିବାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ନୂତନ କାର୍ଯ୍ୟକର୍ତ୍ତା ଘୋଷଣା ପରେ ମୟୂରଭଞ୍ଜ ଜିଲ୍ଲାରେ ବିଜୁ ଜନତା ଦଳର ଯୁବ ନେତୃତ୍ୱ ମଧ୍ୟରେ ଫାଟ ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ