Masthead

ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଗଣେଶ ପୂଜା ପୂର୍ବରୁ ବଡ଼ ଅଘଟଣ । ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ । ସାଉଥ୍ ମୁମ୍ବାଇରେ ଏକ ବଡ଼ ଅଘଟଣ ଘଟିଛି । ମୁମ୍ବାଇରେ ଭୁଶୁଡ଼ି ପଡ଼ିଲା ୨୨ ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଦକ୍ଷିଣ ମୁମ୍ବାଇର ଭୁଲେଶ୍ୱର ଅଞ୍ଚଳରେ ‘ଭୁଲେଶ୍ୱରଚା ରାଜା’ ଗଣେଶ ପ୍ରତିମାର ଆଗମନ ଶୋଭାଯାତ୍ରା ସମୟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି ।

 ଦକ୍ଷିଣ ମୁମ୍ବାଇର ଭୁଲେଶ୍ୱର ଅଞ୍ଚଳରେ ଗଣପତି ମୂର୍ତ୍ତି ଆଗମନ ସମୟରେ ଶନିବାର ରାତିରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା। ପ୍ରାୟ ୨୨ ଫୁଟ ଉଚ୍ଚ ‘ଭୁଲେଶ୍ୱରଚା ରାଜା’ ମୂର୍ତ୍ତି ହଠାତ୍ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଏହି ଦୁର୍ଘଟଣା ଅଗଷ୍ଟ ୨୨ ତାରିଖ ରାତି ପ୍ରାୟ ୯:୫୧ ସମୟରେ କବୁତରଖାନାର ବଳରାମ ମର୍ଚ୍ଚାଣ୍ଟ ରୋଡ୍ ଏବଂ ଜୟ ଆମ୍ବେ ଚୌକ୍ ନିକଟରେ ଘଟିଥିଲା। ମୂର୍ତ୍ତିକୁ ବାଇକୁଲାରୁ ଭୁଲେଶ୍ୱରର ମଣ୍ଡପକୁ ଅଣାଯାଉଥିଲା। ତେବେ ପେଣ୍ଡାଲର ୫୦-୬- ମିଟର ଦୂରରୁ ଏହି ପଡ଼ିଯାଇଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ମୁମ୍ବାଇ ଅଗ୍ନିଶମ ବାହିନୀ, ମୁମ୍ବାଇ ପୁଲିସ, ଟ୍ରାଫିକ ପୋଲିସ, ୧୦୮ ଆମ୍ବୁଲାନ୍ସ ସେବା ଏବଂ ମ୍ୟୁନିସିପାଲ କର୍ପୋରେସନ ୱାର୍ଡ କର୍ମଚାରୀମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ମୃତକଙ୍କୁ ସଙ୍କେତ ନେଭସେ ଏବଂ ବ୍ରିଜେଶ ହେମନ୍ତ ଯୋଶୀ ବୋଲି ଚିହ୍ନଟ କରାଯାଇଛି। ଆହତମାନଙ୍କୁ ବୈଭବ ଘେନାନ୍ଦ, ପବନ ଚୌରାସିଆ, ଲାବଣ୍ୟ ଗାନେର, ଦିବ୍ୟ ଗାନେର ଏବଂ କୁନାଲ କାଶିଦ ଭାବେ ଚିହ୍ନ କରାଯାଇଛି ବୋଲି ପୌରପାଳିକା ଅଧିକାରୀମାନେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ