Masthead

ରାତି ପାହିଲେ ଦୀପାବଳି ଚିନ୍ତାରେ ବ୍ୟବସାୟୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାତି ପାହିଲେ ଆଲୋକର ପର୍ବ ଦୀପାବଳି । କରୋନା ପାଇଁ ମାନ୍ଦା ପଡ଼ିଛି ଏହି ପର୍ବ । ବଜାରରେ ଭଳିକି ଭଳି ଦୀପ, ଲିଚୁ ବାଣ ଆଦି ମିଳୁଛି । ଆଲୋକ ମାଳାରେ ବି ସଜେଇ ହେଲାଣି ରାଜଧାନୀ । ତେବେ ଦୀପାବଳିକୁ ନଜରରେ ରଖି ବାଣ, ଦୀପ ଆଦି ପାଇଁ ମାର୍କେଟ ବି ଚଳଚଞ୍ଚଳ । କିନ୍ତୁ ବ୍ୟବସାୟୀମାନେ ଏବେ ଚିନ୍ତାରେ ।

ଗତ ବର୍ଷ କରୋନା ପାଇଁ ବ୍ୟବସାୟ ଖରାପ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ଅବସ୍ଥା । ଚିନ୍ତାରେ ହାତ ବାନ୍ଧି ବସିଛନ୍ତି ବ୍ୟବସାୟୀ । ତେବେ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଗ୍ରାହକ ମାନେ ଦୀପାବଳି ପାଇଁ ପୂର୍ବ ବର୍ଷ ଭଳି ଉତ୍ସାହିତ ନାହାନ୍ତି । ମାଟି ଦୀପର ଚାହିଦା ମଧ୍ୟ କମିଛି । ଯାହାକି ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି । ତେବେ ଲୋକମାନେ ଦୀପାବଳି ପାଇଁ ଘରକୁ କାଉଁରିଆ କାଠି, ଦୀପ. ତେଲ, ଆଖୁ, ବିଭିନ୍ନ ଫଳ ଆଦି କିଣୁଥିବା ବି ଦେଖିବାକୁ ମିଳିଛି ।

କଟକଣା ମଧ୍ୟରେ ଘରେ ରହି ପାଳିବେ ଦୀପାବଳି ବୋଲି କହିଛନ୍ତି । କରୋନା ପାଇଁ ସମସ୍ତଙ୍କ ମୁଣ୍ଡରେ ଭାଳେଣି । ବାଣ ଫୁଟାଇବାକୁ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ବି ପୂର୍ବ ଭଳି ଅଧିକ ବାଣ ଫୁଟାଇବା ନିହାତି ଭାବେ ଅସମ୍ଭବ ହେବ । ତେଣୁ ଗ୍ରାହକ ମାନେ ବି ନିଜ ସୁବିଧା ଅନୁସାରେ ଜିନିଷ କିଣୁଛନ୍ତି, ଯାହାକି ବ୍ୟବସାୟୀ ମାନଙ୍କୁ ଚିନ୍ତାରେ ପକାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା