Masthead

ଶହୀଦପରିବାରଙ୍କୁ ସମ୍ମାନ ଜଣାଇଲା ସେନା

 

ମାଲକାନଗିରି, (ବଡ଼ ଖବର ବ୍ୟୁରୋ):

ଶହୀଦ ଜବାନଙ୍କ ପରିବାରକୁ ସମ୍ମାନ ଜଣାଇଲା ସେନା । ସି.ଆର.ପି.ଏଫ ବାହିନିର ୧୭୯ କୋବ୍ରା ବାଟାଲିଆନରେ ଯୋଗ ଦେଇ ୨୦୦୯ ମସିହାରେ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଠାରେ  ଆତଙ୍କବାଦୀ ଙ୍କ ଗୁଳିରେ ପ୍ରାଣ ହରାଇଥିଲେ ମାଲକାନଗିରି ଜିଲ୍ଲାର ହରିଜନ ଯୁବକ ରମେଶ ହାଲୱା । ହେଲେ ଦେଶ ପାଇଁ ସହିଦ ହୋଇଥିବା ରମେଶଙ୍କୁ କିନ୍ତୁ ଆଜିବି ମନେ ପକାଉଛି ସେନା । କାରଣ ଜାମ୍ମୁ ଓ କାଶ୍ମୀର ଉପରେ ଖରାପ ନଜର ପକେଇଥିବା ଅନେକ ଆତଙ୍କବାଦୀଙ୍କୁ ଆର ପାରିକୁ ପଠେଇଥିଲେ ସି.ଆର.ପି.ଏଫ ଜବାନ ରମେଶ ହାଲୱା । ଯେଉଥି ପାଇଁ ସେତେ ବେଳେ ସରକାର ତାଙ୍କୁ ସାହାସିକତାର ମେଡାଲ ମଧ୍ୟ ଦେଇଥିଲା । ଆତଙ୍କ ବାଦୀଙ୍କ ଟାର୍ଗେଟରେ ରହିଥିବା ରମେଶ ଶ୍ରୀନଗରର ଏକ ରାସ୍ତା ଦେଇ ନିଜ କ୍ୟାମ୍ପକୁ ଫେରୁଥିବା ସମୟରେ ଆତଙ୍କ ବାଦୀ ମାନେ ପଛପଟୁ ତାଙ୍କ ଉପରେ ଗୁଳି ଚାଳନା କରିଥିଲେ । ଘଟଣା ସ୍ଥଳରେ ରମେଶ ପ୍ରାଣ ହରାଇଥିଲେ ସତ ହେଲେ ଦେଶ ପାଇଁ ତାଙ୍କର ବଳିଦାନକୁ  ଭୁଲି ନାହି ସେନା । ସେଇଥି ପାଇଁ ପ୍ରତି ବର୍ଷ ସି.ଆର.ପି.ଏଫ ବାହିନୀର ବରିଷ୍ଠ ଅଧିକାରି ମାନେ ରମେଶ ହାଲୱାଙ୍କ ଘରକୁ ଯାଇ ସମ୍ମାନ ଜଣାଉଛନ୍ତି । ମାଲକାନଗିରି ଉଚ୍ଚ ବିଦ୍ୟାଳୟରେ ସହିଦ ରମେଶ ହାଲୱାଙ୍କ ଏକ ପ୍ରତିମୁତ୍ତି ମଧ୍ୟ ସ୍ଥାପନ କରାଯାଇଛି । ହେଲେ ରମେଶଙ୍କ ମାଆ କାନ୍ଦି କାନ୍ଦି କହିଛନ୍ତି ଯେ ଜୀବିତ ଥିବା ସମୟରେ ରମେଶ ତାଙ୍କ ପୁଅ ଥିଲେ ହେଲେ ବର୍ତ୍ତମାନ ସେ ସମଗ୍ର ଦେଶର ପୁଅ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା