Masthead

କର ବା ମର ସ୍ଥିତିରେ ୱାର୍ଣ୍ଣର-ସ୍ମିଥ୍

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଇପିଏଲ ତ୍ରୟୋଦଶ ସିଜିନର ୪୦ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ । ଷ୍ଟିଭ୍ ସ୍ମିଥଙ୍କୁ ଟକ୍କର ଦେବେ ଡେଭିଡ୍ ୱାର୍ଣ୍ଣର । ଆଜି ହାଇଦ୍ରାବାଦ ତା’ର ଦଶମ ମ୍ୟାଚ ଖେଳିବ । ସେହିପରି ରାଜସ୍ଥାନ ଆଜି ଏକାଦଶ ମ୍ୟାଚ ଖେଳିବ । ଉଭୟ ଦଳ ଆଜି ଏହି ମ୍ୟାଚ ଦୁବାଇରେ ଖେଳିବେ । ରାଜସ୍ଥାନ ୧୦ଟି ମ୍ୟାଚ ଖେଳି ୪ ବିଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ହାଇଦ୍ରାବାଦ ୯ ମ୍ୟାଚ ଖେଳି ୩ ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଆଇପିଏଲ ଇତିହାସରେ ଉଭୟ ଦଳ ୧୨ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ଉଭୟ ଦଳ ୬-୬ ଥର ବିଜୟୀ ହୋଇଛନ୍ତି । ଚଳିତ ସିଜନରେ ଉଭୟ ଦଳ ମଧ୍ୟରେ ହୋଇଥିବା ମୁକାବିଲାରେ ରାଜସ୍ଥାନ ୫ ୱିକେଟରେ ହାଇଦ୍ରାବାଦକୁ ପରାସ୍ତ କରିଥିଲା । ଆଜିର ମ୍ୟାଚକୁ ହାଇଦ୍ରାବାଦ ଜିତି ଗତ ମ୍ୟାଚର ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । ଅପରପକ୍ଷରେ ରାଜସ୍ଥାନ ଆଜିର ମ୍ୟାଚ ଜିତି ପ୍ଲେ ଅଫକୁ ଯିବା ପାଇଁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା