Masthead

‘ଗେଲଙ୍କ ଦୁଇ ଗୋଡ଼କୁ ବାନ୍ଧି ଦିଆଯାଉ’

ଦୁବାଇ, (ବଡ଼ ଖବର ବ୍ୟୁରୋ): କିଙ୍ଗସ୍ ଏକାଦଶ ପଞ୍ଜାବର ଚୁଡ଼ାନ୍ତ ଏକାଦଶରେ କ୍ରିସ୍ ଗେଲ୍ ଆସିବା ଦ୍ୱାରା ପଞ୍ଜାବର ବ୍ୟାଟିଂ ୟୁନିଟ ଆହୁରି ଶକ୍ତିଶାଳୀ ହୋଇପଡ଼ିଛି । ଲଗାତର ୫ଟି ମ୍ୟାଚ ପରାଜୟ ପରେ ଗତ ତିନୋଟି ମ୍ୟାଚରେ ଗେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ପଞ୍ଜାବ ପୁଣି ବିଜୟଧାରାକୁ ଫେରିଛି । ପଞ୍ଜାବ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରି ଗତ ବୁଧବାର ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟି ଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ପଞ୍ଜାବକୁ ୧୬୫ ରନ ଟାର୍ଗେଟ ଦେଇଥିଲା । ଜବାବରେ ଗେଲ୍ ଦ୍ରୁତ ୨୮ରନ କରି ଆଉଟ ହୋଇଯାଇଥିଲେ । ଭାରତୀୟ ସ୍ପିନର ଆର୍. ଅଶ୍ୱିନ ଗେଲଙ୍କୁ ପଞ୍ଚମ ଥର ପାଇଁ ଆଉଟ କରିଥିଲେ । ଗେଲଙ୍କ ଆଉଟ ହେବା ସତ୍ତେ୍ୱ ପୁରନଙ୍କ ଦମଦାର ବ୍ୟାଟିଂ ବଳରେ ପଞ୍ଜାବ ଏହି ମ୍ୟାଚକୁ ନିଜ ନାମରେ କରିଥିଲା । ପଞ୍ଜାବକୁ ରୋକିବାକୁ ହେଲେ ଗେଲ୍ ଝଡ଼କୁ ଅଟାକାଇବାକୁ ପଡ଼ିବ ବୋଲି ଅଶ୍ୱିନ ଆକଳନ କରିଛନ୍ତି ।

ଉଭୟ ଗେଲ୍ ଓ ଅଶ୍ୱିନ ପଡ଼ିଆରେ ଏକ ବିଶେଷ କ୍ରୀଡ଼ାବିତ ମୁହୂର୍ତ୍ତ ବିତାଇଥିଲେ । ଗେଲ୍ ଖେଳୁଥିବା ସମୟରେ ଜୋତା ବାନ୍ଧିବାକୁ ଅଶ୍ୱିନଙ୍କ ନିକଟରେ ପହଞ୍ଚିଥିଲେ । ଏହି ଦୁଇ ତାରକା କ୍ରିକେଟରଙ୍କ ସେହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ମ୍ୟାଚ ପରେ ଅଶ୍ୱିନ ଏକ ମଜାଦାର୍ ଟ୍ୱିଟ୍ କରି ଗେଲଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତ ଯେ ‘ସୈତାନ ସବୁବେଳେ ବିସ୍ତାର ହୋଇଥାଏ, ଗେଲଙ୍କୁ ବୋଲିଂ କରିବା ପୂର୍ବରୁ ତାଙ୍କ ଦୁଇ ଗୋଡ଼କୁ ଏକାଠି ବାନ୍ଧି ଦିଅନ୍ତୁ’ । ଏହା ସହ ସେ ଆହୁରି ମଧ୍ୟ କହିଥିଲେ, ବୁଧବାର ଆମ ପାଇଁ କଠୋର ଦିନ ଥିଲା କିନ୍ତୁ ଆମେ ଶକ୍ତିଶାଳୀ ହୋଇ ଫେରିବୁ ବୋଲି କହିଥିଲେ ଅଶ୍ୱିନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା