Masthead

ଘଣ୍ଟେଶ୍ୱରରେ ଜମୁଛି ଦୋଳଯାତ୍ରା

ଭଦ୍ରକ (ବଡ଼ ଖବର ବ୍ୟୁରୋ):  ଦୋଳଯାତ୍ରା ପାଇଁ ଚଳଚଞ୍ଚଳ ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଅଞ୍ଚଳ । ଶୁକ୍ରବାର ଅଞ୍ଚଳର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରୁ ଠାକୁର ସୁସଜିତ ବିମାନରେ ବାହାରି ଗାଁ ଗାଁ ବୁଲି ଚାଚେରି ଭୋଗ ଖାଇବା ସହ ବିଭିନ୍ନ ଦାଣ୍ଡ ମେଲଣରେ ଯୋଗ ଦେଇଛନ୍ତି । ବାଲିପଦାରୁ କାଳିଆକାହ୍ନୁ ଜିଉ, ଗୋପୀନାଥପୁରର ମହିମାମଣି ଜିଉ, ରାଜଗୁରୁପୁରର ହୃଷିକେଶ ଜିଉ, ବଜରାପୁରର ଗୋପୀନାଥ ଜିଉ(ଚୈତନ୍ୟ ମହାପ୍ରଭୁ), କେଦାରଗୌରୀ ଜିଉ, ରାଜଗୁରୁପୁରର ରଘୁନାଥ ଜିଉ, ବାଲିପଦାର ରାଧାମାଧବ ଜିଉ, ନଛିବିନ୍ଧାର ରାଧାକାନ୍ତ ଜିଉ, ବାଲିଦାଣ୍ଡିର ବନବିହାରୀ ଜିଉ, ତୋଟାପଡ଼ାର ରଘୁନାଥ ଜିଉ (ବଡ଼ ଆଖଡ଼ା), ମଦନମୋହନ ଜିଉ (କୁର୍ମ ଆଖଡ଼ା), ସାନ ଆଖଡ଼ା, ବାଲି ଆଖଡ଼ା, ମଣି ତିଆଡ଼ି, ରାଧାମାଧବ ଜିଉଙ୍କ ସମତେ ବିଭିନ୍ନ ଗାଁରୁ ଠାକୁର ବିମାନରେ ବାହାରି ଗାଁ ପରିକ୍ରମା କରିଛନ୍ତି ।

ଠାକୁରମାନେ ସୋମବାର ଦୋଳ ମେଲଣରେ ଯୋଗଦେବେ । ମଙ୍ଗଳବାର ରାତିରେ ଠାକୁରମାନେ ନିଜ ମନ୍ଦିରରୁ ବିରାଟ ପଟୁଆରେ ଦେଶ ମେଲଣ ନିମନ୍ତେ ବାହାରି ଭୋର ସମୟରେ ମେଲଣ ପଡ଼ିଆରେ ପହଞ୍ଚିବେ । ବୁଧବାର ସନ୍ଧ୍ୟା ଭୋଗ ଲାଗି ହେବା ପରେ ଠାକୁରମାନେ ପଊରି ମନ୍ଦିରକୁ ଫେରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା