ମିିଳିଲା ମୂର୍ତ୍ତି, ହେବ ଦୋଳ ମେଲଣ

ଯାଜପୁର (ବଡ଼ ଖବର ବ୍ୟୁରୋ): ମିଳିଲା ମୂର୍ତ୍ତି, ହେବ ଦୋଳ ମେଲଣ । ଫେବୃଆରୀ ୧୯ତାରିଖ ରାତ୍ରରେ ଯାଜପୁର ଥାନା କଟିକଟା ପଂଚାୟତ ହୀରାବାଗ ଗ୍ରାମରେ ଥିବା ରଘୁନାଥଜୀଉ ମଠରୁ ୫୦୦ବର୍ଷର ଅଷ୍ଟଧାତୁରେ ନିର୍ମିତ ରାମ, ଲକ୍ଷ୍ମଣ, ସୀତା,ଆଣ୍ଠୁଆ ଗୋପାଳ ସହ ଅନ୍ୟାନ୍ୟ ବିଗ୍ରହ ଏବଂ ଗହଣା ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ । ବିଗ୍ରହ ଚୋରି ଯାଇଥିବାରୁ ଚଳିତ ବର୍ଷ ବିନା ବିଗ୍ରହରେ କିପରି ଦୋଳ ମେଳଣ ହେବ ବୋଲି ଗ୍ରାମବାସୀଙ୍କ ଚିନ୍ତା ବଢିଯାଇଥିଲା ।

ପୋଲିସ ଉତ୍ତରପ୍ରଦେଶର ୩ଜଣ ଓ ବାଲେଶ୍ୱରରୁ ଜଣକୁ ଗିରଫ କରି ୩୧ଟି ଚୋରି ମୂର୍ତ୍ତି ଉଦ୍ଧାର କରିଥିଲା । ତନ୍ମମଧ୍ୟରେ ଚୋରି ଯାଇଥିବା ହୀରାବାଗ ରାଘୁନାଥ ମଠର ବିଗ୍ରହ ଥିଲା । ମୂର୍ତ୍ତି ଉଦ୍ଧାର ପରେ ହୀରାବାଗ ଗ୍ରାମବାସୀଙ୍କୁ ମୂର୍ତ୍ତି ହସ୍ତାନ୍ତର କରାଯିବ ବୋଲି ଏସପି କହିଥିଲେ । ବିଗ୍ରହ ଆସିବା ପରେ ମାର୍ଜନା କରାଯାଇ ମନ୍ଦିରରେ ସ୍ଥାପନା କରାଯିବ । ୭ରେ ରୀତି ନୀତି ଅନୁଯାୟୀ ଦୋଳ ମେଳଣ ଅନୁଷ୍ଠିତ ହେବ ବୋଲି ସେବାୟତମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ