ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡ୍ରାଇଭର ସଂଘ ଷ୍ଟ୍ରାଇକକୁ ବିରୋଧ କରି ଅଟୋ ସଂଘର ଆନ୍ଦୋଳନ । ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘ । ରାଜଧାନୀରେ ପାଖାପାଖି ୧୦ ହଜାର ଅଟୋ ରିକ୍ସା ଚାଳକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଟୋରିକ୍ସା ଚାଳକମାନେ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ସଂଘ କହିଛି, ଷ୍ଟିଅରିଂ ଛାଡ ଆନ୍ଦୋଳନ ବେଳେ ଧର୍ମଘଟ ନାଁରେ ଆନ୍ଦୋଳନକାରୀ ବିଶୃଙ୍ଖଳା କରୁଛନ୍ତି ।
ଅନଲାଇନ୍ କ୍ୟାବ୍ ଓ ଅଟୋ ମହାସଂଘ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି । କିନ୍ତୁ ଅଟୋରିକ୍ସା ଚାଳକଙ୍କୁ ଆନ୍ଦୋଳନକାରୀମାନେ ଅପମାନିତ କରୁଛନ୍ତି । କିଛି ସ୍ଥାନରେ ଅଟୋ ରିକ୍ସା ଚାଳକମାନେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି । ଏହାର ପ୍ରତିବାଦରେ ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମଜି ଓ ଜନପଥରେ ଅଟୋରିକ୍ସା ରଖି ଆନ୍ଦୋଳନ କରିଛନ୍ତି ।