Masthead

ଶେଷ ନିଶ୍ୱାସ ଥିବା ଯାଏଁ ବିଏସପି ପାଇଁ  ଲଢିବି: ଆକାଶ ଆନନ୍ଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶେଷ ନିଶ୍ୱାସ ଥିବା ଯାଏଁ ବିଏସପି ପାଇଁ  ଲଢିବି । ଆପଣ ବହୁଜନ ସମାଜ ପାଇଁ ଏକ ଆଦର୍ଶ। କୋଟି କୋଟି ଦେଶବାସୀ ଆପଣଙ୍କୁ ପୂଜନ୍ତି ବୋଲି ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀଙ୍କ ପୁତୁରା ଏକ୍ସରେ ଟ୍ୱିଟ କରିଛନ୍ତି ।  ଲୋକ ସଭା ନିର୍ବାଚନ ମଧ୍ୟରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ମାୟାବତୀ ନିଜର ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ପଦବୀରୁ ହଟାଇ ଦେଇଛନ୍ତି। ଏପରିକି ତାଙ୍କୁ ଉତ୍ତରାଧିକାରୀ କରିବା ନିଷ୍ପତ୍ତି ମଧ୍ୟ ପ୍ରତ୍ୟାହାର କରିନେଇଛନ୍ତି।

ଏହାକୁ ନେଇ ରାଜନୀତି ସରଗରମ ରହିଛି।  ଯାହାକୁ ନେଇ ଆକାଶ ଆନନ୍ଦ ଟୁଇଟ୍‌ କରିଛନ୍ତି । ସେ  ଲେଖିଛନ୍ତି  ସମ୍ମାନୀତ ମାୟାବତୀ ଜି, ଆପଣ ବହୁଜନ ସମାଜ ପାଇଁ ଏକ ଆଦର୍ଶ। କୋଟି କୋଟି ଦେଶବାସୀ ଆପଣଙ୍କୁ ପୂଜନ୍ତି। ଆପଣଙ୍କ ସଂଘର୍ଷ ପାଇଁ ଆଜି ଆମ ସମାଜକୁ ଏଭଳି ଏକ ରାଜନୈତିକ ଶକ୍ତି ମିଳିଛି, ଯେଉଁ କାରଣରୁ ବହୁଜନ ସମ୍ପ୍ରଦାୟ ସମ୍ମାନ ସହ ବଞ୍ଚିବା ଶିଖିଛି। ଆପଣ ଆମର ସର୍ବମାନ୍ୟ ନେତା। ଆପଣଙ୍କ ଆଦେଶ ଶିରୋଧାର୍ୟ୍ୟ। ଭୀମ ମିଶନ ଏବଂ ମୋ’ ସମାଜ ପାଇଁ ଶେଷ ନିଶ୍ୱାସ ଯାଏ ମୁଁ ଲଢ଼ିବା ଜାରି ରଖିବି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ