Masthead

ଋଣ ଯୋଗାଣ ନାରେ ଚଞ୍ଚକତା, ମଧ୍ୟସ୍ଥି ସାଜି ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଚଳୁ କଲେ ଯୁବତୀ

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ମାହାଙ୍ଗା କୁମୁଡା ଜୟୀପୁର ଫାଣ୍ଡି ସାହାପୁର ପଞ୍ଚାୟତରେ ମହିଳାମାନଙ୍କୁ ୧୦ ରୁ ଅଧିକ ଘରୋଇ ଫାଇନାନ୍ସ ସଂସ୍ଥା ପ୍ରଲୋଭିତ କରେଇ ଋଣ ଯୋଗାଇବା ଆଳରେ ଅଧିକ ସୁଧ ଆଦାୟ କରୁଛନ୍ତି । ଏହି ଋଣ କାରବାରରେ ସମ୍ପୃକ୍ତ ଥିବା ଭେଡା ପଞ୍ଚାୟତ ଲାପଟୁଆଁ ଗ୍ରାମର ସକିନା ନାମ୍ନି ଜନୈକା ଯୁବତୀ ୫୦ରୁ ଉର୍ଦ୍ଧ୍ଵ ମହିଳାଙ୍କୁ ଚୂନା ଲଗେଇ ଋଣଟଙ୍କା ଆତ୍ମସାତ ପରେ ଫେରାର ହୋଇଯାଇଥିଲେ ।

ବୁଧବାର ରାତିରେ ଯୁବତୀ ଜଣକ ନିଜ ଘରକୁ ଆସିଥିବା ସୂଚନା ପାଇବା ପରେ ଠକେଇର ଶୀକାର ମହିଳାମାନେ ଯୁବତୀଙ୍କୁ ଘେରାଉ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କୁମୁଡା ଜୟପୁର ଫାଣ୍ଡି ପୋଲିସ ପହଂଚି ଉତ୍ୟକ୍ତ ମହିଳାମାନଙ୍କୁ ବୁଝା ସୁଝା କରିଥିଲା । ଗୁରୁବାର ଦିନ ସାହାପୁର ଓ ଭେଡା ଉଭୟ ପଞ୍ଚାୟତର ସରପଞ୍ଚ ପହଂଚି ଏହି ଘଟଣାରେ ହସ୍ତକ୍ଷେପ ପରେ ଯୁବତୀ ସକିନା ବେଗମ ୧୫ ଲକ୍ଷ ଟଙ୍କା ଫେରାଇବାକୁ ଲିଖିତ ଭାବେ ସ୍ୱୀକାର କରିବାରୁ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା ।

ତେବେ ଆହୁରି ୨୦ ରୁ୨୫ ଲକ୍ଷ ଟଙ୍କା କ୍ଷତିଗ୍ରସ୍ତ ହୋଇଥିବା ମହିଳାମାନେ କିପରି ଫେରି ପାଇବେ ଓ ଋଣ କିସ୍ତି ଦେବେ ସେନେଇ ଚିନ୍ତାରେ ପଡିଛନ୍ତି । କେବଳ ସାହାପୁର ନୁହେଁ ଏହି ଫାଣ୍ଡି ଅଂଚଳରେ ଦେଢ଼ କୋଟି ଟଙ୍କାର ସମାନ ଧରଣର ଋଣ ଘୋଟଲା ନେଇ ଅଭିଯୋଗ ଆସିଛି । ଋଣ ଯୋଗାଉଥିବା ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଏହି ଟଙ୍କା ହଡପ ଘଟଣାରେ ସମ୍ପୃକ୍ତ ରହିବା ନେଇ ଅଭିଯୋଗ ହେଉଥିବା ବେଳେ ଏହାର ଉପଯୁକ୍ତ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !