ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୪ ରାଜ୍ୟର ଜିଲ୍ଲାପାଳ ଓ ଏସପିଙ୍କ ବଦଳି ନିର୍ଦ୍ଦେଶ । ଓଡ଼ିଶା ସହ ଗୁଜରାଟ, ପଞ୍ଜାବ ଓ ପଶ୍ଚିମବଙ୍ଗରେ ବଦଳି । ଅଣକ୍ୟାଡର ଏସପି ଓ କଲେକ୍ଟରଙ୍କ ବଦଳି ନିର୍ଦ୍ଦେଶ । ଓଡ଼ିଶାର ୨ ଏସପି ଓ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ । ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କ ମୁଖ୍ୟ ନିର୍ବାଚନ କମିଶନଙ୍କ ବଦଳି ନିର୍ଦ୍ଦେଶ । ଢେଙ୍କାନାଳ ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି ନିର୍ଦ୍ଦେଶ ।
ବଦଳି ହେବାକୁ ଥିବା ଅଧିକାରୀମାନେ ହେଉଛନ୍ତି ଗୁଜୁରାଟର ଛୋଟା ଉଦୟପୁର ଏବଂ ଅହମ୍ମଦାବାଦ ଗ୍ରାମୀଣ ଜିଲ୍ଲାର ଏସପି । ପଞ୍ଜାବର ପଠାନକୋଟ, ଫାଜିଲକା ଜଳନ୍ଧର ଗ୍ରାମୀଣ ଏବଂ ମାଲେରକୋଟଲା ଜିଲ୍ଲାର ଏସଏସପି । ଢେଙ୍କାନାଳର ଜିଲ୍ଲାପାଳ ଏବଂ ଓଡ଼ିଶାର ଦେବଗଡ଼ ଓ କଟକ ଗ୍ରାମାଞ୍ଚଳର ଏସପି ଏବଂ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ବ ବର୍ଦ୍ଧମାନ ଓ ବୀରଭୂମ ଜିଲ୍ଲାର ଜିଲ୍ଲାପାଳ ।