Masthead

ଗାଁ ପୁଅ ପାଇଁ ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି ଗାଁ ଲୋକେ

ବିଞ୍ଝାରପୁର (ବଡ଼ ଖବର ବ୍ୟୁରୋ): ଆଖିରୁ ଶୁଖୁନି ଲୁହ । କାନ୍ଦୁଛି ମାଆ, କାନ୍ଦୁଛି ପୁରା ଗାଁ । ଗାଁ ପୁଅ ପାଇଁ ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି ଗାଁ ଲୋକେ । ଯିଏ ପରିବାର ପୋଶେ ସିଏ ଏବେ ଶର୍ଯ୍ୟାଶାୟୀ । ଯାହା ଉପରେ ଦିନେ ଥିଲା ପୁରା ପରିବାରର ବୋଝ ସେ ନିଜେ ଏବେ ଅନ୍ୟ ଉପରେ ନିର୍ଭର । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ପ୍ରିତିପୁର ଗାଁର ପପୁ ମଲ୍ଲିକ । ପପୁ ନିଜ ପରିବାର ଦୁଃଖକୁ ଦୂର କରିବା ପାଇଁ ଦାଦନ ଖଟିଵାକୁ ତାମିଲଲାଡୁ ଯାଇଥିଲେ । ସେଠାରେ ଦଶବର୍ଷ କାମକରିଥିଲେ କିନ୍ତୁ ଗତ ତିନମାସ ପୂର୍ବରୁ ପପୁ ହଠାତ ଚେତାଶୂନ୍ୟ ହୋଇ ପଡିଥିଲେ । ଚିକିତ୍ସା ପରେ ଜନାପଡିଥିଲା ଯେ ତାଙ୍କ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ କଟକ ଏସସିବିକୁ ଆଣିଥିଲେ । ଅର୍ଥ ଅଭାବରୁ ସଠିକ ଚିକିତ୍ସା ନପାଇ ଏବେ ଘରେ ଶର୍ଯ୍ୟାଶାୟୀ ପପୁ ।

ପପୁଙ୍କ ବାପା କୈଳାଶ ମଲ୍ଲିକଙ୍କ ଜଣେ ମାନସିକ ବିକୃତ ସେ କୋଉଠି ଖାଆନ୍ତି କୋଉଠି ଶୁଅନ୍ତି ତାର କିଛି ଠିକଣା ନାହିଁ । ମାଆ ପରେ ଘରେ ବାସନ ମାଜନ୍ତି । ଏପଟେ ଘରେ ପପୁଙ୍କୁ ମିଶାଇ ଆଠ ପ୍ରାଣୀ କୁଟୁମ୍ଭ । ଆଉ ପପୁ ଥିଲେ ଏ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ତେଣୁ ପପୁଙ୍କ ଦେହ ଖରାପ ପରେ ସମ୍ପୂର୍ଣ ପରିବାର ବର୍ତମାନ ବେହେସାହାରା ହୋଇପଡିଛନ୍ତି । ଓଳିଏ ଖାଇବା ପାଇଁ ତାଙ୍କ ପାଖରେ ଅର୍ଥନାହିଁ ଆଉ ପପୁଙ୍କ ଚିକିତ୍ସା କରିବେ କିପରି । ଭେଣ୍ଡିଆ ପୁଅକୁ ବଂଚାଇବା ପାଇଁ କେବଳ ତାଙ୍କ ମାଆ ନୁହେଁ ପୁରା ଗାଁ ଲୋକେ ଗାଁ ଗାଁ ବୁଲି ଭିକ ମାଗିବା ସହ ଆର୍ଥିକ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ବୋଝ ଉପରେ ଲଳିତା ବିଡ଼ା ପରି ରାସନ କାର୍ଡରୁ ମଧ୍ୟ ପପୁଙ୍କ ନାଁ କଟିଯାଇଛି । ତାଙ୍କୁ ଆର୍ଥିକ ସହାୟତା ଦାବି ହୋଇଛି । ପପୁ ଭଲ ହୋଇଗଲେ କେବଳ ପପୁ ନୁହେଁ ପୁରା ଆଠ ପ୍ରାଣୀ କୁଟୁମ୍ବ ବଂଚିଯିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା