Masthead

ପ୍ରଭୁ ଶ୍ରୀରାମଙ୍କ ପାଇଁ ଉପବାସ

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ସବୁଠି ଶୁଭୁଛି ଜୟ ଶ୍ରୀରାମ ଜୟ ଶ୍ରୀରାମ । ଉଠୁଛି ପଡୁଛି ଅଯୋଧ୍ୟା ନଗରୀ । କାହିଁକିନା ରାମଲାଲା ଆସୁଛନ୍ତି । ଜାନୁଆରୀ ୨୨ରେ ଭବ୍ୟ ମନ୍ଦିରରେ ବିାରାଜିବେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ । ୩ ଦିନ ଧରି ଚାଲିବ ପ୍ରତିଷ୍ଠା ଦିବସ । ହୋମ ଯଜ୍ଞ, ରାମ ନାମରେ ପ୍ରକମ୍ପିତ ହେବ ପୁରା ଅଯୋଧ୍ୟା । ବହୁ ପଣ୍ଡିତ ମାନଙ୍କୁ ନେଇ ଗବେଷଣା କରାଯାଇ ଏକ ଶୁଭ ସମୟ ସ୍ଥିର କରାଯାଇଛି । ଗୁପ୍ତ ଭୋଟ ମାଧ୍ୟମରେ ରାମ ମନ୍ଦିର ପାଇଁ ପ୍ରତିମାକୁ ମଧ୍ୟ ଚୟନ କରାଯାଇଛି।

ଏହି ମହାନ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଅଯୋଧ୍ୟା ଯିବେ ଏବଂ ସେ ଏହି ଦିନ ସେ ଉପବାସ ରଖିବେ। ଏହାପୂର୍ବରୁ ଜାନୁଆରୀ ୧୬ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପିତ ହୋଇଥିବା ଅକ୍ଷତଙ୍କୁ ଅଯୋଧ୍ୟାରେ ପହଞ୍ଚାଯିବ। ଅକ୍ଷତ ପହଞ୍ଚିବା ପରେ ୭ଦିନର ରୀତିନୀତି ଆରମ୍ଭ ହେବ। ଶାସ୍ତ୍ରୀୟ ନିୟମ ଏବଂ ପରମ୍ପରା ଅନୁଯାୟୀ, ଯଜମାନକଙ୍କୁ ଦିନସାରା ଉପବାସ କରିବାକୁ ପଡ଼ିବ ଏବଂ ସମସ୍ତ ଧାର୍ମିକ ରୀତିନୀତି ସଂପୂର୍ଣ୍ଣ କରିବାକୁ ପଡ଼ିବ । ଯେହେତୁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ମୋଦି କରିବାକୁ ଯାଉଛନ୍ତି, ତେଣୁ ସେ ଦିନସାରା ଉପବାସ ରହିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ