ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି।
1) ଗୋପାଳପୁର ବନ୍ଦରର ୯୫% ଆଦାନି ଗ୍ରୁପକୁ ଯିବ
ବନ୍ଦରର ବିକାଶ ଓ ସଂପ୍ରସାରଣ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି
2) ଓଡ଼ିଶା ବେସାମରିକ ସେବା ନିୟମାବଳୀ ସଂଶୋଧନ
ସରକାରୀ ଚାକିରିଆ ବାପାମା’ଙ୍କ ମୃତ୍ୟୁ ପରେ ଝିଅଙ୍କୁ ଚାକିରି
ନିର୍ଭରଶୀଳ ଥିବା ବିବାହିତା/ସାବତ ଝିଅଙ୍କୁ ମିଳିବ ଚାକିରି
ପୂର୍ବରୁ ଅବିବାହିତା/ସାବତ ଝିଅଙ୍କୁ ମିଳୁଥିଲା ଚାକିରି
3) ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ
ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଅତିରିକ୍ତ ୧୦% ସଂରକ୍ଷଣ
ଅବସରପ୍ରାପ୍ତ ସୈନିକଙ୍କ ସଂରକ୍ଷଣ ଉପରେ ଅତିରିକ୍ତ ସଂରକ୍ଷଣ
ନିର୍ଦ୍ଧାରିତ ବୟସ ସୀମା ୩ ବର୍ଷ କୋହଳ କରାଯିବ
ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବନି