Masthead

ସେପ୍ଟେମ୍ୱର ୨୮ରେ ହେବ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ବହୁ କସରତ୍ ପରେ ହେବାକୁ ଯାଉଛି କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ । ଗତ ୨୪ ସେପ୍ଟେମ୍ୱର ୨୦୨୩ ରେ ଏହି ନିର୍ବାଚନ ହେବାର ଥିଲା କିନ୍ତୁ ଏହି ନିର୍ବାଚନ ଉପରେ ଏକ କେସ୍ ହୋଇ ହାଇକୋର୍ଟ ବିଚାରଧୀନ ଅବସ୍ଥାରେ ରହିଥିଲା । ଯାହାଫଳରେ ନିର୍ବାଚନ ବାତିଲ ହୋଇଥିଲା । ପୁଣି ଏବେ ରାଜ୍ୟରେ ନୂଆ ସରକାର ଏବଂ କେନ୍ଦୁଝର ଜିଲ୍ଲାର ପୁଅ ମୁଖ୍ୟମନ୍ତ୍ରୀ ମୋହନ ମାଝି ହେବାପରେ ଚଳିତ ମାସ ଆସନ୍ତା ୨୮ ତାରିଖରେ ହେବାକୁ ଯାଉଛି ଏହି ନିର୍ବାଚନ ।

ଏନେଇ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିସାରଛନ୍ତି । ପାଖାପାଖି ୫ ହଜାର ମାଲିକଙ୍କୁ ନେଇ ଏହି ଟ୍ରକ ମାଲିକ ସଂଘ ଗଠିତ ହୋଇଥିବାବେଳେ ଏହି ସଂଘର ନିର୍ବାଚନ ସବୁ ସମୟରେ ଜିଲ୍ଲାର ଏକ ପ୍ରମୁଖ ନିର୍ବାଚନ ଭାବେ ଗଣାଯାଇଥାଏ । ତେବେ ଚଳିତ ନିର୍ବାଚନରେ ୧୧୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ସଭାପତି ଓ ସାଧାରଣ ସମ୍ପାଦକ ପଦ ପାଇଁ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ସଭାପତି ପଦ ପାଇଁ ତିନି ପ୍ରାର୍ଥୀ ହେଲେ ବ୍ରଜବିହାରୀ ଜେନା, ପଦ୍ମଲୋଚନ ସାହୁ ଓ ରାମଚନ୍ଦ୍ର ଭୂୟାଁ ନାମ ।

ତେବେ ବିଗତ ଦିନରେ କେନ୍ଦୁଝର ଜିଲ୍ଲାର ଟ୍ରକ ମାଲିକମାନେ ଆଇରନ ଲୋଡ଼ିଂ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ସେଥିପାଇଁ ଚଳିତ ନିର୍ବାଚନରେ ମାଲିକମାନେ ସେହି ପ୍ରାର୍ଥୀଙ୍କୁ ବାଛିବେ ଯେଉଁ ମାନେ କି ଟ୍ରକ୍ ମାଲିକମାନଙ୍କର ମୌଳିକ ସମସ୍ୟାକୁ ଦୂର କରିପାରୁଥିବେ । ଯେମିତି ରାଜ୍ୟରେ ଏଥର ସରକାର ପରିବର୍ତ୍ତନ ହୋଇଛି, ଠିକ୍ ସେହିଭଳି ଏଠାରେ ମଧ୍ୟ ଟ୍ରକ୍ ମାଲିକମାନେ ପରିବର୍ତ୍ତନ ଚାହୁଁଥିବା ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ