Masthead

ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିସ୍ଫୋରକ ଜବତ ଘଟଣା । ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ । ରିମାଣ୍ଡରେ ଆଣି ପଚରାଉଚରା କରିବ ପୋଲିସ । ଉଭୟ ପତିପତ୍ନୀଙ୍କୁ ମୁହାଁମୁହିଁ ଜେରା କରାଯିବ । ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ୨ ଦିନିଆ ରିମାଣ୍ଡ ମଞ୍ଜୁର କରିଛନ୍ତି କୋର୍ଟ ।

ସେପଟେ ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଜେରା କରୁଛି ପୋଲିସ । ରାଉରକେଲା ପୋଲିସ ପକ୍ଷରୁ ନୋଟିସ୍ ପରେ ଜେରା କରାଯାଉଛି । ରଘୁନାଥପାଲି ଥାନାରେ ନିକିତାଙ୍କୁ ପଚରାଉଚରା କରାଯାଉଛି । ନିକିତାଙ୍କ ନାଁରେ ହାଇଦ୍ରାବାଦରୁ ଆସିଥିଲା ବାରୁଦ ଗାଡ଼ି ।

ହାଇଦ୍ରାବାଦରୁ  ୧୫ ଟନ୍ ବାରୁଦ ଓ ୩ ଲକ୍ଷ ମିଟର ବିସ୍ଫୋରକରେ ବ୍ୟବହୃତ ତାର ଆସିଲା ପରେ ଖୋଲିଥିଲା ଗୁମର । ହାଇଦ୍ରାବାଦରୁ ଆସିଥିବା ବାରୁଦ ଓ ବିସ୍ଫୋରକ ସାମଗ୍ରୀର ଟେମ୍ପରାରି ପରମିଟ୍ ଗଣମାଧ୍ୟମ ହାତରେ ଲାଗିଛି । ଗିରଫ ଗୋଦାମ ମାଲିକ ଶ୍ରବଣଙ୍କ ନାଁରେ ଅଧା ବାରୁଦ ଆସିଥିବା ବେଳେ ଆଉ ଅଧା ବାରୁଦ ଆସିଛି ନିକିତା ଏଣ୍ଟରପ୍ରାଇଜେସ୍ ମାଲିକ ନିକିତା ଅଗ୍ରୱାଲଙ୍କ ନାଁରେ । ବାରୁଦ ଓ ବିସ୍ଫୋରକ ବ୍ୟବହୃତ ତାର ମଧ୍ୟ ଉଭୟଙ୍କ ନାଁରେ ଆସିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା