Masthead

ପାରାଲିମ୍ପିକ୍ସର ଶୁଟିଂରେ ଭାରତକୁ ଡବଲ ମେଡାଲ

ଟୋକିଓ (ବଡ଼ ଖବର ବ୍ୟୁରୋ) :    ଚଳିତ ବର୍ଷ ପାରାଲିମ୍ପିକ୍ସରେ ଶୁଟିଂରେ ଭାରତକୁ ପୁଣି ଦୁଇଟି ପଦକ ମିଳିଛି ।୧୦ ମିଟର ପିସ୍ତଲ ଏସଏଚ ବର୍ଗରେ ଭାରତକ ଏହି ସଫଳତା ହାସଲ କରିଛି । ଭାରତାୟ ଶୁଟର ମନୀଷ ନରୱାଲ ପାରାଲିମ୍ପିକ୍ସରେ ରେକର୍ଡ ସହ ସ୍ୱର୍ଣ୍ଣ ଜିତି ଥିବା ବେଳେ ସିହଂରାଜ ରୋପ୍ୟ ପଦକ ଜିତିଛନ୍ତି । ଏଥିସହ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୧୭ କୁ ବୃଦ୍ଧି ପାଇଛି । ପୂର୍ବରୁ ଭାରତକୁ ୧୫ ଟି ପଦକ ମିଳିଥିବା ବେଳେ ଆଜିର ପଦକକୁ ମିଶାଇ ସଂଖ୍ୟା ୧୭ କୁ ବୃଦ୍ଧି ପାଇଛି ।ନିକଟରେ ସିଂହରାଜ ମଙ୍ଗଳବାର ଦିନ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ପକ୍କା କରିଥିଲେ ।

ଏହା ପୂର୍ବରୁ ଶୁଟିଂରେ ଅବନୀ ଓ ଜାଭେଲିନ ଥ୍ରୋରେ ସୁମିତ ଭାରତ ପାଇଁ ସ୍ୱର୍ଣ୍ଣ ମେଡାଲ ଜିତିଥିଲେ । ଆଜି ପୁଣି ୧୦ ମିଟର ପିସ୍ତଲ ଏସ୍ଏଚ୍ ୧ ରେ ଭାରତୀୟ ଶୁଟର ମନୀଷ ନରୱାଲ ଓ ସିଂହରାଜ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଆଉ ପଦକ ଜିତିବାରେ ସ୍ଥାନ ପକ୍କା କରିଥିଲେ । ସିହଂରାଜ ଚଳିତ ବର୍ଷ ପାରାଲିମ୍ପିକ୍ସରେ ଅବନୀ ଲେଖରଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଦୁଇଟି ପଦକ ଜିତିବାରେ ରେକର୍ଡ କରିଛନ୍ତି । ମନୀଷ ପାରାଲିମ୍ପିକ୍ସରେ ଭାରତ ପାଇଁ ୨୧୮ ପଏଣ୍ଟ ହାସଲ କରି ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଏଥିସହ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଚଳିତ ପାରାଲିମ୍ପିକ୍ସ ଯୋଗୀନ୍ଦର ସିଂ ବେଦୀ ,ଦେବେନ୍ଦ୍ର ଝାଝାରିଆ,ଅବନୀ ଲେଖାର,ମରିୟାପ୍ପନ ଥାଙ୍ଗାଭେଲ ଙ୍କ ପରି ଭାରତୀୟ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି