Masthead

୪ମାସରେ ଗଲାଣି ୮ ଚିତାଙ୍କ ଜୀବନ

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସାମ୍ନାକୁ ଆସୁଛି ଚିତାଙ୍କ ମୃତ୍ୟୁ ଖବର । ମଧ୍ୟପ୍ରଦେଶର ଜାତୀୟ କୁନୋ ଉଦ୍ୟାନରେ ଦିନକୁ ଦିନ ଯାଉଛି ଚିତାଙ୍କ ଜୀବନ । ଲଗାତାର ୪ ମାସରେ ୮ଟି ଚିତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଯାହା ଭାରତରେ ଚିତାଙ୍କ ରହଣୀ ତଥା ତାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଚିତା ପ୍ରୋଜେକ୍ଟକୁ ଝଟକା । ଭାରତରେ ବଂଚୁନାହାନ୍ତି ଆଫ୍ରିକୀୟ ଚିତା । ୪ ମାସରେ ଆଖି ବୁଜିଲେଣି ୮ଟି ଚିତା । ଜାତୀୟ ଉଦ୍ୟାନରେ ଯାଉଛି ଚିତାଙ୍କ ଜୀବନ ।

ମଧ୍ୟପ୍ରଦେଶର ଜାତୀୟ କୁନୋ ଉଦ୍ୟାନରେ ଦିନକୁ ଦିନ ଚିତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଲଗାତାର ୪ ମାସରେ ୮ଟି ଚିତାବାଘଙ୍କ ଜୀବନ ଗଲାଣି । ଶନିବାର ସକାଳେ ଆଫ୍ରିକୀୟ ଚିତା ସୁରଜର ମୃତଦେହ ମିଳିଥିଲା । ଲଗାତାର ଭାବେ ଏପରି ଚିତାଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସୁଥିବା ବେଳେ ଏହାର ପ୍ରକୃତ କାରଣ କ’ଣ ସେ ନେଇ ଖୋଳତାଡ଼ କରାଯାଉଛି । ମଙ୍ଗଳବାର ଜାତୀୟ ଉଦ୍ୟାନରେ ଆଉ ଏକ ପୁରୁଷ ଚିତା ତେଜସର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ଏହି ମୃତ୍ୟୁର କାରଣ ସାମ୍ନାକୁ ଆସିଛି । ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଏକ ମହିଳା ଚିତା ସହିତ ହିଂସାତ୍ମକ ଆକ୍ରମଣ ପରେ ହିଁ ଟ୍ରମାଟ୍ରିକ ଶକ୍ ଲାଗିଥିଲା । ଯାହା ପରେ ମୃତ୍ୟୁ ବରଣ କରିଥିଲା ଚିତା ତେଜସ ।

ସେହିପରି ମାର୍ଚ୍ଚ ୨୭ରେ ମହିଳା ଚିତା ଶଶା ମଧ୍ୟ କିଡନୀ ରୋଗରେ ମୃତ୍ୟୁ ବରଣ କରିଥିଲା । ଏପ୍ରିଲ ୨୩ରେ ଚିତା ଉଦୟର କାର୍ଡିଓ-ଫୁସଫୁସ ବିଫଳତା ପାଇଁ ହୋଇଥିଲା ମୁତ୍ୟୁ । କେବଳ ଏତିକି ନୁହେଁ ମେ ୯ରେ ଦକ୍ଷ ନାମକ ଗୋଟିଏ ମହିଳା ଚିତାର ଜୀବନ ଯାଇଥିଲା । ସେହିପରି ମେ ୨୫ରେ ତାପମାତ୍ରା ଓ ଡିହାଇଡ୍ରେସନ ପାଇଁ ଦୁଇଟି ଚିତା ଛୁଆ ଆଖି ବୁଜିଥିଲେ ।  ଗତ ବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏହି ଅଭିଯାନ । ଆଫ୍ରିକାର ନାମ୍ବିଆରୁ ଆସିଥିଲେ ୮ଟି ଚିତା । କିନ୍ତୁ ଲଗାତାର ୪ ମାସରେ ୮ଟି ଚିତାବାଘଙ୍କ ଜୀବନ ଗଲାଣି । ଯାହା ଭାରତରେ ଚିତାଙ୍କ ରହଣୀ ତଥା ତାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ