Masthead

ଅଶ୍ୱିନୀ ଓ ଜାଡେଜାଙ୍କୁ ସାମ୍ନା କରିପାରିଲାନି କଙ୍ଗାରୁ

ନାଗପୁର (ବଡ଼ ଖବର ବ୍ୟୁରୋ): ଆରମ୍ଭ ହୋଇଛି ବିଶ୍ୱ ଟେଷ୍ଟ କ୍ରିକେଟର ମହାକୁମ୍ଭ ବର୍ଡର ଗାଭାସ୍କର ଟ୍ରଫି । ସାମ୍ନାସାମ୍ନି ହେଉଛନ୍ତି ବିଶ୍ୱ କ୍ରିକେଟ ଜଗତର ଦୁଇ ମହାଶକ୍ତି । ଭାରତର ନାଗପୁରରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ କଙ୍ଗାରୁ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଛି ଅଷ୍ଟ୍ରେଲିଆ । ରବିନ୍ଦ୍ର ଜାଡେଜା ଓ ଅଶ୍ୱିନୀଙ୍କ ସ୍ପିନ ଯୋଡିକୁ ସାମ୍ନା କରିପାରିନଥିଲା ଦଳ । ଫଳରେ ଅଷ୍ଟ୍ରେଲିଆ ୬୩ ଓଭର ୫ଟି ବଲ ଖେଳି ୧୭୭ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ବ୍ୟାଟିଂ ବିପର୍ୟ୍ୟର ସାମ୍ନା କରିଥିଲା । ଦଳ ପକ୍ଷରୁ ଲାବ୍ରୁସେନ ୪୯, ଷ୍ଟିଭେନ ସ୍ମିଥ ୩୭, ଆଲେକ୍ସ କ୍ୟାରି ୩୬ ଓ ହାଣ୍ଡସକୋମ୍ବ ୩୧ ରନ କରିଥିଲେ । ଫଳରେ ଦଳ ୬୩ ଓଭର ୫ଟି ବଲ ଖେଳି ୧୭୭ ରନରେ ଅଲ ଆଉଟ ହୋଇଯାଇଥିଲା । ସେହିପରି ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୫, ଅଶ୍ୱିନୀ ୩, ସାମି ଓ ସିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଲଞ୍ଚ ବ୍ରେକ ପରେ ବ୍ୟାଟିଙ୍ଗ ଆରମ୍ଭ କରିଛି ଟିମ ଇଣ୍ଡିଆ । ଶେଷ ଖବର ସୁଦ୍ଧା ୨୦ ଓଭରରେ ବିନା କୌଣସି ୱିକେଟ ହରାଇ ୬୦ ରନ ସଂଗ୍ରହ କରିଛି ଟିମ ଇଣ୍ଡିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ