Masthead

ପଙ୍କ ଫୋପାଡିଲେ ପଦ୍ମ ଫୁଟିବ:ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସଂସଦରେ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା । କହିଲେ ଯେତେ କାଦୁଅ ଫିଙ୍ଗିବ ସେତେ ପଦ୍ମ ଫୁଲ ଫୁଟିବ । ସଂସଦର ଚାଲିଥିବା ବଜେଟ୍ ଅଧିବେଶନରେ ଆଜି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସଂସଦରେ ହଙ୍ଗାମା କରୁଥିବା ବିରୋଧୀଙ୍କ ଉପରେ ନିଶାନା ଲଗାଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସଂସଦରେ ଅନେକ ବୁଦ୍ଧିଜୀବି ଦେଶକୁ ନୂଆ ଦିଶା ପ୍ରଦାନ କରିଛନ୍ତି । ସଂସଦରେ ଏଭଳି ଲୋକବି ବସିଛନ୍ତି ଯେଉଁମାନେ ତାଙ୍କ ଜୀବନରେ ଅନେକ ସିଦ୍ଧି ପ୍ରାପ୍ତ କରିଛନ୍ତି । ସଂସଦରେ ହେଉଥିବା ଆଲୋଚନାକୁ ଦେଶ ଗମ୍ଭିରତାର ସହ ଦେଖିଥାଏ ଏବଂ ଗୁରୁତର ସହ ନେଇଥାଏ ।କିନ୍ତୁ ଦୁର୍ଭାଗ୍ୟର କଥା ସଂସଦରେ ଉପସ୍ଥିତ ଥିବା କିଛି ଲୋକଙ୍କ ବ୍ୟବହାର ଓ ବୟାନ୍ କେବଳ ସଂସଦକୁ ନୁହେଁ ସାରା ଦେଶକୁ ନିରାଶ କରୁଛି ।  ବିରୋଧୀ ସାଂସଦମାନେ ଆଦାନୀ ପ୍ରସଙ୍ଗରେ ଜେପିସି ଗଠନ ଦାବିରେ ସ୍ଲୋଗାନ ଦେଇଥିଲେ। ଆଜି ରାଜ୍ୟସଭାରେ ଉଚ୍ଚ ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ” କିଚାଡ ଉସ୍କେ ପାସ୍ ଥା, ମେରା ପାସ୍ ଗୁଲାଲ୍ ‘, ଜୋ ଭୀ ଜିସ୍କେ ପାସ୍ ଥା, ଉସେନ୍ ଦିୟା ଉଛାଲ୍।

ଆହୁରି ମଧ୍ୟ କହିଛନ୍ତି ଯେ ସାଂସଦରେ ଯେତେ ଅଧିକ ପଙ୍କ ଫୋପାଡିବ ସେତେ ପଦ୍ମ ଫୁଟିବ। ସେପଟେ ପ୍ରଧାନମନ୍ତ୍ରୀ କହିଛନ୍ତି ଗୃହରେ ଯାହା କୁହାଯାଇଛି ତାହା ଦେଶ ଯତ୍ନର ସହ ଶୁଣୁଛି ଏବଂ ଗୃହରେ କିଛି ସାଂସଦଙ୍କ ଭାଷା ଏବଂ ଆଚରଣ ଭାରତ ପାଇଁ ନିରାଶାଜନକ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି କି, ରାଜ୍ୟସଭାରେ ଗତକାଲି ମଲ୍ଲିକାର୍ଜୁନ୍ ଖଡଗେ ଅଭିଯୋଗ କରିଥିଲେ, ମୋଦି ବାରମ୍ବାର ତାଙ୍କ ସଂସଦୀୟ କ୍ଷେତ୍ରକୁ ଆସୁଛନ୍ତି । ମୁଁ ତାଙ୍କୁ କହିବାକୁ ଚାହୁଁଛି, ମୁଁ ଆସୁଛି ବୋଲି ଆପଣ ମତେ ଦେଖୁଛନ୍ତି କିନ୍ତୁ ଏହା ମଧ୍ୟ ଦେଖିବାକୁ ଚେଷ୍ଟା କରନ୍ତୁ କି, ସେଠାରେ ୧ କୋଟି ୭୦ ଲକ୍ଷ ଜନଧନ ଆକାଉଣ୍ଟ୍ ଖୋଲାଯାଇଛି । ଏହାକୁ ଦେଖି ଖଡଗେଙ୍କ ମନର ପୀଡା ମୁଁ ବୁଝିପାରୁଛି । ସେଠାରେ ଆପଣଙ୍କୁ ଜନତା ପ୍ରତ୍ୟାଖାନ କରୁଛନ୍ତି । ତେଣୁ ମୁଁ କହିରଖୁଛି ତୁମେ ଯେତେ କାଦୁଅ ଫିଙ୍ଗିବ, ଚାରିଆଡେ ସେତେ ପଦ୍ମ ଫୁଟିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼