Masthead

ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି, ୨୫ ବର୍ଷର ଦରମା ଖାଇଗଲେ

ବାଂଶପାଳ, (ବଡ଼ ଖବର ବ୍ୟୁରୋ): କେନ୍ଦୁଝରରେ ପ୍ରତ୍ୟେକ ଦିନ ବଢ଼ି ଚାଲିଛନ୍ତି ନକଲି ଶିକ୍ଷକ। କିଛି ଦିନ ପୂର୍ବେ ଜିଲ୍ଲାରେ ୧୨ ନକଲି ଶିକ୍ଷକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ପୁଣି ଆଉ ଜଣେ ନକଲି ସାର୍ଟଫିକେଟ ଦେଇ ଚାକିରି କରିଥିବା ସୂଚନା ଦେଇଛନ୍ତି ବାଂଶପାଳ ବ୍ଲକ ଶିକ୍ଷାଧିକାରୀ ସନାତନ ରାଉତ। ସେ ହେଉଛନ୍ତି ରାଇଗୋଡ଼ା ୟୁଜିୟୁପି ସ୍କୁଲରେ କାମ କରୁଥିବା କବିଚନ୍ଦ୍ର ସେଠୀ। ନକଲି ସାର୍ଟିଫିକେଟ ବଳରେ ସେ ଦୀର୍ଘ ୨୫ ବର୍ଷ ହେବ ଶିକ୍ଷକତା କରିଆସୁଥିଲେ। ଏହି ୨୫ ବର୍ଷ ଭିତରେ ସେ ସରକାରୀ ଦରମା ବି ଖାଇଛନ୍ତି। ବ୍ଲକ ଶିକ୍ଷାଧିକାରୀ କିଛିଦିନ ତଳେ ସମ୍ପୃକ୍ତ ଶିକ୍ଷକଙ୍କ ସମସ୍ତ ସାର୍ଟିଫିକେଟ ଯାଞ୍ଚ କରିବା ପାଇଁ ପଠାଇଥିଲେ। ସେଥି ମଧ୍ୟରୁ ସିଟି ସାର୍ଟଫିକେଟ ନକଲି ସାବ୍ୟସ୍ତ ହୋଇଥିଲା। ଏହି ତଥ୍ୟ ଆଧାରରେ ବ୍ଲକ ଶିକ୍ଷାଧିକାରୀ ଗତ ୧୭ ତାରିଖରେ ନୟାକୋଟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ ୬୦) ରୁଜୁ କରିଛି। ବାଂଶପାଳ ବ୍ଲକରେ ଏମିତି ନକଲି ଶିକ୍ଷକ, ଶିକ୍ଷୟିତ୍ରୀ ଆହୁରି ବହୁତ ଅଛନ୍ତି। ତାଙ୍କର ପାଳି କେବେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ