Masthead

ମୋଦି-ଶାହଙ୍କ ବଡ଼ ଯୋଜନା, ମୋହନ ମାଗିଲେ ସ୍ୱତନ୍ତ୍ର ପ୍ୟାକେଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବଡ଼ ଯୋଜନା । ସରିଛି ବ୍ଲୁ ପ୍ରିଣ୍ଟ । ବିକଶିତ ରାଜ୍ୟ ଗଠନ ପାଇଁ ହେଉଛି ଇମ୍ପ୍ଲିମେଣ୍ଟ । ରାଜ୍ୟକୁ ଘନଘନ ଆଗମନ ଦେଉଛି ବାର୍ତ୍ତା । ଡିସେମ୍ବର ଶେଷରେ ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦୁଇ ଥର ଆସିବାର ରହିଛି କାର୍ଯ୍ୟକ୍ରମ । ସରକାର ସାଙ୍ଗକୁ ଦଳକୁ ମିଳିବ ବଳ । ଶାହଙ୍କ ରହିଛି ସମ୍ବଲପୁରରେ ସରକାରୀ ସହ ଦଳୀୟ ମିଟିଂ । ସେପଟେ ପ୍ରବାସୀ ଭାରତୀୟ ସମ୍ମିଳନୀ ଓ ଉତ୍କର୍ଷ ଓଡ଼ିଶାର ଶୁଭାରମ୍ଭ କରିବା ପାଇଁ ଆସୁଛନ୍ତି ମୋଦି । ତା ସହ ଦଳୀୟ କର୍ମକତ୍ତାଙ୍କୁ ବି ଦେବେ ଗୁରୁମନ୍ତ୍ର ।

ବର୍ତ୍ତମାନ ରାଜ୍ୟରେ ଚାଲିଛି ଦୁଇ ଯୋଡିଙ୍କ ପାୱାର ଶୋ । ରାଜ୍ୟ ଶାସନର ମଙ୍ଗୁଆଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଜିଥିବା ବେଳେ ଦଳର ମଙ୍ଗ ସମ୍ଭାଳିଛନ୍ତି ସଭାପତି ମନମୋହନ ସାମଲ । ଡବଲ ଇଞ୍ଜିନ ସରକାରରେ କେମିତି ଡବଲ ବିକାଶ ହବ ସେ ନେଇ ରଣନୀତି ହେଉଛି । ମୋଦି ଓ ଶାହଙ୍କ ଆଗମନକୁ ନେଇ ସରକାରୀ ଏବଂ ଦଳୀୟ ସ୍ତରରେ ଚାଲିଛି ଜୋରଦାର ପ୍ରସ୍ତୁତ । ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପିର କେନ୍ଦ୍ର ଓ ରାଜ୍ୟ ସରକାର ମିଳିତରେ କରି ଚାଲିଛନ୍ତି କାର୍ଯ୍ୟ । ହେଲେ ମୋଦି ଏବଂ ଶାହଙ୍କ ଆଗମନକୁ କଟାକ୍ଷ କରିଛି ବିଜେଡି ।

ସେମାନେ ରାଜ୍ୟକୁ ଆସିଲେ କିଛି ହେବ ନାହିଁ । ଡବଲ ଇଞ୍ଜିନ ସରକାର ମାସ ମାସ କାଳ ରାଜ୍ୟରେ ଚାଲିଥିଲେ ସୁଦ୍ଧା ଲୋକେ ଯେଉଁ ଆଶାରେ ସରକାର ଗଢିବାର ସୁଯୋଗ ଦେଇଥିଲେ ଆଜି ତାହା ଧୂଆଁ ବାଣ ପାଲଟିଛି । ଖାଲି ବଡ଼ ବଡ଼ କଥା ହେଲେ ଫଳ ଶୂନ । ମୋଦି ଓ ଶାହଙ୍କ ଯୋଡ଼ି ଓଡ଼ିଶାକୁ ଫୋକସ କରିଥିବା ନିର୍ବାଚନ ସମୟରୁ ନଜିର ରହିଛି । ଏହାରି ଭିତରେ ନୂଆ ବିଜେପି ସରକାର ଉପରେ ଲୋକ ଅଧିକ ଭରସା ଥିବାରୁ ନିର୍ମଳାଙ୍କ ପ୍ରାକ୍ ବଜେଟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ୱତନ୍ତ୍ର ପ୍ୟାକେଜ କଥା ଉଠାଇଛନ୍ତି । ଆଶା କରିବା ଯାହା ୨୪ ବର୍ଷରେ ହୋଇପାରିଲା ନାହିଁ ତାହା ବର୍ତ୍ତମାନ ସରକାରରେ ହେଉ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ