Masthead

ଫାର୍ମାସିଷ୍ଟ ହେବ ତ ଏମିତି, ପଢନ୍ତୁ ପୂରା ଖବର

ରାଜନଗର, (ବଡ଼ ଖବର ବ୍ୟୁରୋ): ବହୁ ସରକାରୀ କର୍ମଚାରୀ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି । ସେମାନେ ଦେଇଥାନ୍ତି ମାନବିକତାର ପରିଚୟ । ଏଇ ଯେମିତି ଜଣେ ଫାର୍ମାସିଷ୍ଟ ଷ୍ଟ୍ରେଚର ସହ ଗର୍ଭବତୀଙ୍କୁ କାନ୍ଧରେ କାଦୁଅରାସ୍ତାରେ ଚାଲିଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରଙ୍ଗଣୀରେ ।

କେରୁଆପାଳ ଗାଁର ସୁଭଦ୍ରା ଜେନା ଗର୍ଭ ଯନ୍ତ୍ରଣା ସହି ନପାରିବାରୁ ତାଙ୍କ ପରିବାର ପକ୍ଷରୁ ପ୍ରଥମେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ହେଲେ ସ୍ଥଳପଥରେ ରଙ୍ଗଣୀକୁ ସଂଯୋଗ କରୁଥିବା ରାସ୍ତା ନଳିତାପାଟିଆଠାରୁ ତାଳଚୁଆ ପର୍ୟ୍ୟନ୍ତ ଖରାପ ଥିବାରୁ ୧୦୨ ସୁଭଦ୍ରାଙ୍କ ଘରେ ପହଁଞ୍ଚି ପାରିନଥିଲା । ପରେ ଗୁପ୍ତିଠାରେ ଥିବା ୧୦୮ ବୋଟ ଆମ୍ବୁଲାନ୍ସକୁ ଏହି କେସ ଦିଆଯାଇଥିଲା । ଫୋନ ପାଇବା ମାତ୍ରେ କାଳବିଳମ୍ବ ନକରି ରଙ୍ଗଣୀ ପଞ୍ଚାୟତର କୋଠିଘାଟ ଜେଟିରେ ପହଁଞ୍ଚିଥିଲା ବୋଟ ଆମ୍ବୁଲାନ୍ସ । ହେଲେ ନଦୀରେ ପାଣି ଛାଡିଯାଇଥିବାରୁ ଆଣ୍ଠୁଏ କାଦୁଅରେ ପଶି ୨୦୦ଫୁଟ ବାଟ ଗର୍ଭବତୀଙ୍କୁ ଷ୍ଟେଚରେ ପକାଇ ନିଜ କାନ୍ଧରେ ବୋହି ଆଣି ବୋଟ ଆମ୍ବୁଲାନ୍ସରେ ପହଁଞ୍ଚି ଥିଲେ ଫାର୍ମାସିଷ୍ଟ ଦିବ୍ୟସୁନ୍ଦର ଜେନା ।

ବୋଟ ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଗୁପ୍ତି ଠାରେ ପହଁଞ୍ଚିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଫାର୍ମାସିଷ୍ଟଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ