Masthead

ଫାର୍ମାସିଷ୍ଟ ହେବ ତ ଏମିତି, ପଢନ୍ତୁ ପୂରା ଖବର

ରାଜନଗର, (ବଡ଼ ଖବର ବ୍ୟୁରୋ): ବହୁ ସରକାରୀ କର୍ମଚାରୀ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି । ସେମାନେ ଦେଇଥାନ୍ତି ମାନବିକତାର ପରିଚୟ । ଏଇ ଯେମିତି ଜଣେ ଫାର୍ମାସିଷ୍ଟ ଷ୍ଟ୍ରେଚର ସହ ଗର୍ଭବତୀଙ୍କୁ କାନ୍ଧରେ କାଦୁଅରାସ୍ତାରେ ଚାଲିଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରଙ୍ଗଣୀରେ ।

କେରୁଆପାଳ ଗାଁର ସୁଭଦ୍ରା ଜେନା ଗର୍ଭ ଯନ୍ତ୍ରଣା ସହି ନପାରିବାରୁ ତାଙ୍କ ପରିବାର ପକ୍ଷରୁ ପ୍ରଥମେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ହେଲେ ସ୍ଥଳପଥରେ ରଙ୍ଗଣୀକୁ ସଂଯୋଗ କରୁଥିବା ରାସ୍ତା ନଳିତାପାଟିଆଠାରୁ ତାଳଚୁଆ ପର୍ୟ୍ୟନ୍ତ ଖରାପ ଥିବାରୁ ୧୦୨ ସୁଭଦ୍ରାଙ୍କ ଘରେ ପହଁଞ୍ଚି ପାରିନଥିଲା । ପରେ ଗୁପ୍ତିଠାରେ ଥିବା ୧୦୮ ବୋଟ ଆମ୍ବୁଲାନ୍ସକୁ ଏହି କେସ ଦିଆଯାଇଥିଲା । ଫୋନ ପାଇବା ମାତ୍ରେ କାଳବିଳମ୍ବ ନକରି ରଙ୍ଗଣୀ ପଞ୍ଚାୟତର କୋଠିଘାଟ ଜେଟିରେ ପହଁଞ୍ଚିଥିଲା ବୋଟ ଆମ୍ବୁଲାନ୍ସ । ହେଲେ ନଦୀରେ ପାଣି ଛାଡିଯାଇଥିବାରୁ ଆଣ୍ଠୁଏ କାଦୁଅରେ ପଶି ୨୦୦ଫୁଟ ବାଟ ଗର୍ଭବତୀଙ୍କୁ ଷ୍ଟେଚରେ ପକାଇ ନିଜ କାନ୍ଧରେ ବୋହି ଆଣି ବୋଟ ଆମ୍ବୁଲାନ୍ସରେ ପହଁଞ୍ଚି ଥିଲେ ଫାର୍ମାସିଷ୍ଟ ଦିବ୍ୟସୁନ୍ଦର ଜେନା ।

ବୋଟ ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ଗୁପ୍ତି ଠାରେ ପହଁଞ୍ଚିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଫାର୍ମାସିଷ୍ଟଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ