Masthead

ପାକିସ୍ତାନକୁ ଘାରିଛି ସର୍ଜିକାଲ ଷ୍ଟ୍ରାଇକର ଭୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରତିଦିନ ପାକିସ୍ତାନ ସରକାରଙ୍କୁ ସର୍ଜିକାଲ ଷ୍ଟ୍ରାଇକର ଭୟ ଦେଖାଦେଉଛି । ଯାହାକୁ ନେଇ ପାକିସ୍ତାନରେ ହଇଚଇ ସୃଷ୍ଟି ହେଉଛି । ପାକିସ୍ତାନର ବିଦେଶ ମନ୍ତ୍ରୀ ମେହମୁଦ କୁରେଶୀଙ୍କୁ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକର ଭୟ ଘାରିଲାଣି । ଦୁବାଇରେ କୁରେଶୀଙ୍କ ଏକ ପ୍ରେସମିଟ୍ ସାମ୍ନାକୁ ଆସିଛି । ସେ କହିଛନ୍ତି, ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।

ଏପରିକି ସର୍ଜିକାଲ ଷ୍ଟ୍ରାଇକ୍ ମଧ୍ୟ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏହାର ପ୍ରମାଣ ମଧ୍ୟ ରହିଛି । ଏ ନେଇ ଦେଶର ଗୁଇନ୍ଦା ଅଧିକରୀମାନେ ରିପୋର୍ଟ ଦେଇଛନ୍ତି ବୋଲି ସେ କହିଛନ୍ତି । ସେପଟେ ପ୍ରେସମିଟରେ ନିଜ ସରକାର ବିରୋଧରେ ଚାଲିଥିବା ଅଭିଯାନ ସମ୍ପର୍କରେ କହିଥିଲେ । କୁରେଶୀ କହିଛନ୍ତି, ପାକିସ୍ତାନରେ ଏବେ ଉତ୍ତେଜନାପୂର୍ଣ୍ଣ ମାହୋଲ ରହିଛି । ତେବେ ଗତବର୍ଷ ମଧ୍ୟ କୁରେଶୀ ଏପରି ଅଭିଯୋଗ ଆଣିଥିଲେ, କିନ୍ତୁ ଭାରତ ଏହାକୁ ଖଣ୍ଡନ କରିଦେଇଥିଲା । ସୂଚନାଯୋଗ୍ୟ ୨୦୧୬ରେ ଭାରତୀୟ ସେନା ପିଓକେରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ୍ କରିଥଲେ । ଏହି ଆକ୍ରମଣରେ ଅନେକ ଆତଙ୍କବାଦୀ ନିହତ ହେବା ସହ ଲଂଚ ପ୍ୟାଡ଼ ମଧ୍ୟ ଧ୍ୱଂସ କରିଥିଲେ । ଯାହାକୁ ନେଇ ପାକିସ୍ତାନ ଥରହର ହୋଇଉଠିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ