Masthead

ଭୁବନେଶ୍ୱରରୁ ରାଞ୍ଚିକୁ ଉଡ଼ିବ ବିମାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରୁ ରାଞ୍ଚିକୁ ଉଡ଼ିବ ବିମାନ । ଆସନ୍ତା ୧୧ ତାରିଖରୁ ରାଞ୍ଚିକୁ ବିମାନ ଚଳାଚଳ କରିବ । ତେବେ ଦେଶରେ ସଂକ୍ରମଣ ହ୍ରାସ ପାଉଥିବାରୁ ବିମାନ ସେବାକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଗତ ଦେଢ ବର୍ଷ ହେଲା କରୋନା ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ସୂଚନା ଅନୁସାରେ, ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଞ୍ଚିକୁ ବିମାନ ଚଳାଚଳ କରିବ ।

ଏୟାର ଇଣ୍ଡିଆର ସହାୟକ କମ୍ପାନୀ ଆଲାଏନ୍ସ ଏୟାର ପକ୍ଷରୁ ବିମାନ ଚାଲିବ । ଭାୟା ରାଞ୍ଚି ଦେଇ କଲକତା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳପ୍ରଚଳ କରିବ । ପ୍ରତି ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ସେବା ଉପଲବ୍ଧ ହେବ । ୭୦ ଆସନ ବିଶିଷ୍ଟ ଏୟାରକ୍ରାଫ୍ଟ ବିମାନ ଏହି ମାର୍ଗ ପାଇଁ ମୁତୟନ କରାଯିବ । ଏହି ବମାନ ଚଳପ୍ରଚଳ କରିବା ଦ୍ୱାରା ରାଞ୍ଚି ଓ ଭୁବନେଶ୍ୱର ମଧ୍ୟରେ ଯାତ୍ରୀ ବିମାନ ସୁବିଧା ପାଇପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ