Masthead

ରାଜ୍ୟରେ ୯୩ ପ୍ରତିଶତ ଡେଲଟା ଭାଇରସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ବଢିବଢି ଚାଲିଛି । ରାଜ୍ୟରେ ଲକଡାଉନ୍, ସଟଡାଉନ୍ ପରେ ମଧ୍ୟ ସଂକ୍ରମଣ କମିବାର ନା ଧରୁନି । ତା ସହ ଡେଲଟା ଭାଇରସ ରାଜ୍ୟରେ ହୁ ହୁ ହୋଇ ମାଡିଚାଲିଛି । ରାଜ୍ୟ ସମେତ ଦେଶରେ ସଂକ୍ରମଣ ସ୍ଥିତି ସଂଗିନ ହେବା ପଛରେ ଘାତକ ଡେଲ୍‌ଟା ଭାରିଏଣ୍ଟ ରହିଥିବା କୁହାଯାଉଛି।

ଡେଲ୍‌ଟା ଯୋଗୁଁ ରାଜ୍ୟରେ ପଜିଟିଭ୍‌ ସଂଖ୍ୟା ବଢ଼ିଥିଲା । ଡେଲ୍‌ଟା ଏବେ କାୟା ବିସ୍ତାର କରିବାରେ ଲାଗିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏ ପର୍ଯ୍ୟନ୍ତ ରାଜ୍ୟରେ ୩ ହଜାର ନମୁନାର ଜିନ୍ ଅନୁଶୀଳନ ହୋଇଥିବା ବେଳେ ଏଥରେ ୯୨ରୁ ୯୩ ପ୍ରତିଶତ ଡେଲ୍‌ଟା ଭାରିଏଣ୍ଟ ଦେଖିବାକୁ ମିଳିଛି। ସେହିପରି ଦେଶରେ ୬୫ହଜାର ଜିନ୍ ଅନୁଶୀଳନରେ ୯୬ ପ୍ରତିଶତ ଲୋକ ଡେଲ୍‌ଟା ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ନଜରକୁ ଆସିଛି। ଜିନ୍ ଅନୁଶୀଳନକୁ ଆହୁରି ବଢ଼ାଇବାକୁ ଯୋଜନା ହୋଇଛି।

ଯାହାଫଳରେ ରାଜ୍ୟରେ କେଉଁ ଭାରିଏଣ୍ଟ ଅଧିକ ସକ୍ରିୟ ରହିଛି ତାହା ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶକ ଡା. ଅଜୟ ପରିଡ଼ା। ଡା.ପରିଡ଼ା ଆହୁରି କହିଛନ୍ତି, ପୂର୍ବରୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ୧୫ଦିନରେ ନେଗେଟିଭ୍ ରିପୋର୍ଟ ଆସୁଥିଲା। କିନ୍ତୁ ଏବେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଶରୀରରେ ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ଭୂତାଣୁ ସକ୍ରିୟ ରହୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ