Masthead

ପରିବହନ ପାଇଁ ଟାସ୍କଫୋର୍ସ, ୨୪ ଘଣ୍ଟିଆ କାମ କରିବ ୩ଟି କଣ୍ଟ୍ରୋଲରୁମ୍‌

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଟାସ୍କଫୋର୍ସ ଟିମ୍ ଗଠନ କରାଯାଇଛି । ରାଜ୍ୟର ପ୍ରାୟ ୨ଲକ୍ଷ ଡ୍ରାଇ ଭର ଗତ ଦୁଇଦିନ ଧରି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନରେ ସମସ୍ୟା ଦେଖାଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ଏକ ଟାସ୍କ ଫୋର୍ସ। ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ଅଛନ୍ତି। ଏହି ଟାସ୍କ ଫୋର୍ସରେ ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲ ହୋଇଛନ୍ତି। ସେମାନେ ହେଲେ ଡିଜିପି, ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ।

ଟାସ୍କଫୋର୍ସର ମୁଖ୍ୟ କାମ ହେଲା- ଜରୁରୀ ସାମଗ୍ରୀଗୁଡ଼ିକର ପରିବହନ କିପରି ସୁରୁଖୁରୁରେ ହୋଇପାରିବ, ସେଥିପାଇଁ ପଦକ୍ଷେପ ନେବ। ଏଥିପାଇଁ ୩ଟି କଣ୍ଟ୍ରୋଲ ରୁମ୍ ମଧ୍ୟ ସ୍ଥାପନ କରାଯାଇଛି। କଣ୍ଟ୍ରୋଲ ରୁମଗୁଡ଼ିକ ହେଲା-ଷ୍ଟେଟ୍ ଏମର୍ଜେନ୍ସି ରେସପନ୍ସ ସେଣ୍ଟର। ଏହାର ଫୋନ ନମ୍ବର ହେଲା-୧୧୨ । ସେହିପରି ଟ୍ରାନ୍ସପୋର୍ଟ କମିଶନରଙ୍କ କାର୍ଯ୍ୟଳୟରେ ହୋଇଥିବା କଣ୍ଟ୍ରୋଲ ରୁମର ନମ୍ବର ହେଲା ୧୮୦୦-୩୪୫-୧୦୭୩। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ସ୍ଥାପନ କରାଯାଇଥିବା ତୃତୀୟ କଣ୍ଟ୍ରୋଲ ରୁମର ନମ୍ବର ହେଲା-୦୬୭୪-୨୩୯୩୬୪୪। ଏହି ଫୋନ ନମ୍ବର ୨୪ ଘଣ୍ଟା ଖୋଲା ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ