Before Header

ନିଖୋଜ ଯୁବକଙ୍କର ମିଳୁନି ସନ୍ଧାନ

0 17

ବରଗଡ(ବଡ଼ ଖବର ବ୍ୟୁରୋ):   ରେଲୱେ ଷ୍ଟେସନରୁ ନିଜ ସମ୍ପର୍କୀୟଙ୍କୁ ନବାକୁ ଆସି ନିଖୋଜ ଅଛନ୍ତି ଯୁବକ । ନିଖୋଜ ଯୁବକଙ୍କ ନାମ ବିକିନା ଭାସ୍କର ରାଓ । ବୟସ ୩୦ ବର୍ଷ । ଆନ୍ଧ୍ର ରୁ ଆସୁଥିବା ନିଜ ସମ୍ପର୍କୀୟଙ୍କୁ ନେବାକୁ ବିକିନା ଅତାବିରା ଷ୍ଟେସନ ଆସିଥିଲେ । ସମ୍ପର୍କୀୟ ଙ୍କୁ ଏକ ଭଡା ଗାଡ଼ିରେ ନିଜ ଗାଁ ଭେଡେନ ଥାନା ଶାଳନା ବିଶିପାଲି ଯିବାକୁ ବସାଇଦେଇ ନିଜେ ମୋଟରସାଇକେଲ ଫେରୁଥିଲେ । ମାତ୍ର ସେ ଘରକୁ ଫେରି ନାହାଁନ୍ତି । ଅନେକ ସମୟଧରି ଖୋଜା ଖୋଜି ପରେ ମଧ୍ୟ ବିକିନାର କୌଣସି ସନ୍ଧାନ ମିଳିନଥିଲା । ଶେଷରେ ପରିବାର ଲୋକେ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ଅନେକ ସନ୍ଧାନ ସତ୍ତ୍ୱେ ମଧ୍ୟ ବିକିନାଙ୍କର କୌଣସି ଖବର ପୋଲିସ ହାତରେ ଲାଗିନାହିଁ ।

Leave A Reply

Your email address will not be published.