କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଚାରି ଦଫା ଦାବି ନେଇ କଳାହାଣ୍ଡି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ଦାବିପତ୍ର । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ସଂଘ । ଦାବି ପୂରଣ ନ ହେଲେ ସମୂହ ଛୁଟି ପାଇଁ ଚେତାବନୀ ଦେଇଛି । କଳାହାଣ୍ଡି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପଦୋନ୍ନତି ଓ ଦରମା ବୃଦ୍ଧି ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଜରିଆରେ ଦାବିପତ୍ର ଦିଆଯାଇଛି ଯଦି ଦାବି ପୂରଣ ନ ହୁଏ ତେବେ ଆସନ୍ତା ୭ ରୁ କଳାବ୍ୟାଜ ଲଗେଇ ପ୍ରତିବାଦ କରିବେ ଏବଂ ୧୭ରୁ ସମୂହ ଛୁଟିରେ ରହି ଅସହଯୋଗ ଆନ୍ଦୋଳନ କରିବେ ବୋଲି ଜିଲ୍ଲା ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *