Masthead

୪ ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ୪ ପ୍ରସ୍ତାବରେ ବାଜିଲା ମୋହର। ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଓଡ଼ିଶାରେ ପ୍ରୟୋଗ ପାଇଁ ୧୯୪୮ର ୬୩ତମ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ । ଏହା ୨୦ କିମ୍ବା ଅଧିକ କର୍ମଚାରୀ ନିୟୋଜିତ କରିଥିବା ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଲାଗୁ ହେବ ।

ଓଡ଼ିଆରେ ସାଇନ ବୋର୍ଡ ପ୍ରଦର୍ଶନ ପାଇଁ ଦିନକୁ କାର୍ୟ୍ୟ ୯ ଘଣ୍ଟାରୁ ୧୦ ଘଣ୍ଟା ବୃଦ୍ଧି । କୌଣସି ପ୍ରତିଷ୍ଠାନର ଜଣେ କର୍ମଚାରୀ ୧୦ ଘଣ୍ଟାରୁ ଅଧିକ କାମ କଲେ ଓଭର ଟାଇମ ପାଇବେ । ରାତିରେ ମହିଳା କର୍ମଚାରୀ ଚାହିଲେ କାମ କରିପାରିବ । ଲିଖିତ ସମ୍ମତି ପ୍ରଦାନ କରିବେ । ସୁରକ୍ଷା ପ୍ରତି ଧ୍ୟାନ ଦେବେ ସରକାର । ଗୋଦାବରିଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି । ଶିକ୍ଷା ଅଧିକାରୀ ଆଇନ ୨୦୦୯ର ଉଦ୍ଦେଶ୍ୟକୁ ପୂରଣ ପାଇଁ ସମନ୍ୱୟ ରକ୍ଷା କରି ପ୍ରତି ପଞ୍ଚାୟତ ସ୍ତରରେ ପ୍ରାଥମିକ ସ୍ତରରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ସ୍ଥାପନ ହେବ । ୩ ବର୍ଷ ପର୍ଯ୍ୟନ୍ତ ୨ ହଜାର ୨୦୦ଟି ବିଦ୍ୟାଳୟ ନିର୍ମାଣ ଆଉ ଖର୍ଚ୍ଚ ହେବ ୧୨ ସହ କୋଟି ।

୫ କୋଟିରୁ ଅଧିକ ଟଙ୍କା ଗୋଟିଏ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ । ପ୍ରଥମ ପର୍ୟ୍ୟାୟରେ ୩ ବର୍ଷ ଏବଂ ପରେ ସମସ୍ତ ପଞ୍ଚାୟତରେ ନିର୍ମାଣ କରାଯିବ । କେନ୍ଦୁଝର ଘଟଙ୍ଗା ତାରିଣୀ ମନ୍ଦିର ଓ ପାରି ପାର୍ଶ୍ୱିକ ଉନ୍ନତି ପାଇଁ ଡିପିଆର ପ୍ରସ୍ତୁତ ସରିଛି । ୬୯ ଏକରରେ ପାରି ପାର୍ଶ୍ୱିକ ଉନ୍ନତି ହେବ । ଖର୍ଚ୍ଚ ହେବ ୨୨୬ ଟଙ୍କା । ୨୪୬ ହଜାର ବିଶିଷ୍ଟ ଯାତ୍ରୀ ନିବାସ, ନଡ଼ିଆ ଭଣ୍ଡାର, ଏକା ସାଙ୍ଗରେ ବସିଲା ଭଳି ୫୦୦ ସିଟ ବିଶିଷ୍ଟ ହଲ ନିର୍ମାଣ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ