Masthead

କିନ୍ନର ଲୁକରେ ନଜର ଆସିବେ ସୁସ୍ମିତା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଟ୍ରାନ୍ସଜେଣ୍ଡର ଶ୍ରୀଗୌରୀ ସାୱନ୍ତଙ୍କ କାହାଣୀ ପ୍ରଦର୍ଶନ କରିବାକୁ ସୁସ୍ମିତା ସେନ ପ୍ରସ୍ତୁତ ଅଛନ୍ତି । ତେବେ ୱେବ ସିରିଜ୍ ‘ତାଲି’ର ଟିଜର ରିଲିଜ ହୋଇଛି। ଏହା ସହ ସିରିଜର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି । ଆଗକୁ ସୁସ୍ମିତା ତାଙ୍କର ଦମଦାର ପ୍ରୋଜେକ୍ଟ ସହ ଲୋକଙ୍କ ହୃଦୟ ଜିତିବାକୁ ଯାଉଛନ୍ତି । ଏହି ସିରିଜରେ ଅଭିନେତ୍ରୀ ସୁସ୍ମିତା , ଗୌରୀଙ୍କ ଭୂମିକାରେ ନଜର ଆସିବେ । ସୁସ୍ମିତା ଏହି ଟିଜରଟି ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଜଣାଇଥିଲେ । ସେ ଏହାର କ୍ୟାପସନରେ ଲେଖିଛନ୍ତି ଯେ ‘ଦୁର୍ବ୍ୟବହାରରୁ କରତାଳି ପର୍ଯ୍ୟନ୍ତ ଯାତ୍ରାର ଏହି କାହାଣୀ ।’

ଭାରତରେ ତୃତୀୟ ଲିଙ୍ଗ ପାଇଁ ଶ୍ରୀଗୌରୀଙ୍କ ସଂଗ୍ରାମର କାହାଣୀ ଏହି ସିରିଜରେ ଉପସ୍ଥାପନା କରାଯାଇଛି । ଟିଜର ରିଲିଜ କରିବା ସହ ସୁସ୍ମିତା ଏହାର ରିଲିଜ ତାରିଖ ମଧ୍ୟ ଉନ୍ମୋଚନ କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ସୁସ୍ମିତାଙ୍କ ସିରିଜ୍ ‘ତାଲି’ ଅଗଷ୍ଟ ୧୫ରେ ମୁକ୍ତିଲାଭ କରିବ । ଜିଓ ସିନେମାରେ ଏହି ସିରିଜଟି ଷ୍ଟ୍ରିମ୍ ହେବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ