Masthead

ନିଶାରେ ଟଳମଳ ଡ୍ରାଇଭର, ଟ୍ରାଫିକ ପୋଲିସକୁ ୨୦ କିମି ଘୋଷାଡି ନେଲା କାର୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଡ୍ରାଇଭରଙ୍କୁ ଏମିତି ନିଶା ଯେ ନିଜେ ବି ଜାଣିପାରୁନାହାନ୍ତି ନିଜେ କଣ କରୁଛନ୍ତି । ଏମିତି ନିଶା ଯେ ଟ୍ରାଫିକ ପୋଲିସଙ୍କୁ ୨୦ କିମି ଘୋଷାଡି ନେଲେ । ଗଞ୍ଜେଇ ନିଶାରେ ପୁରା ଟଳମଳ କାର୍ ଡ୍ରାଇଭର । ଟ୍ରାଫିକ ପୋଲିସ ଗାଡି ଅଟକାଇବାରୁ ପୋଲିସଙ୍କୁ କାର୍ ବୋନଟ ଉପରେ ପକାଇ ୨୦ କିମି ଘୋଷାଡି ନେଇଛନ୍ତି ଡ୍ରାଇଭର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାଭୀ ମୁମ୍ବାଇ ଅଞ୍ଚଳରେ । ଯୁବକ ଜଣକ ସିଗ୍ନାଲ ଭାଙ୍ଗି କାର୍‌ ଚଲାଉଥିଲେ।

ଏହାପରେ ଟ୍ରାଫିକ ପୋଲିସ୍‌ ତାଙ୍କୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ। ହେଲେ ଯୁବକ ଜଣକ ଗାଡ଼ି ଅଟକାଇ ନଥିଲେ। କନଷ୍ଟେବଳଙ୍କୁ ଧକ୍କା ଦେବାରୁ ସେ କାର୍‌ର ବୋନଟ୍ ଉପରେ ଯାଇ ପଡ଼ିଥିଲେ। କାର୍ ଚାଳକ ଆଦିତ୍ୟ ବେମଡେଙ୍କୁ ପୋଲିସ୍‌ ଗିରଫ କରିଛି। ସୂଚନା ଅନୁସାରେ, ନିଶାସକ୍ତ ଅବସ୍ଥାରେ ଆଦିତ୍ୟ ଗାଡ଼ି ଚଲାଉଥିଲେ। ରେଡ୍‌ ସିଗ୍ନାଲ୍‌ ନିୟମ ଭାଙ୍ଗି ଏକ ସ୍କୁଟରକୁ ଧକ୍କା ଦେଇ କାର୍‌ ନେଇ ପଳାଉଥିବା ଆଦିତ୍ୟଙ୍କୁ ଅଟକାଇବା ପାଇଁ କନଷ୍ଟେବଳ ସିଦ୍ଧେଶ୍ୱର ମାଲି ପ୍ରୟାସ କରିଥିଲେ। କନଷ୍ଟେବଳଙ୍କୁ କାର୍‌ରେ ଘୋଷାଡ଼ି ଘୋଷାଡ଼ି ନେଉଥିବା ବେଳେ ଏନେଇ ପୋଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦିଆଯାଇଥିଲା। ପୋଲିସ୍‌ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ