Masthead

ରାଜଧାନୀରୁ ପୁଣି ଜବତ ହେଲା ବିପୁଳ ଗଞ୍ଜେଇ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ବଢ଼ିଚାଲିଛି ଚୋରା ଗଞ୍ଜେଇ କାରବାର। ପୋଲିସ ବାରମ୍ବାର ଚଢ଼ାଉ କରି ବିପୁଳ ଗଞ୍ଜେଇ ଜବତ କରୁଥିବା ଅନେକ ନଜିର ରହିଛି। ଆଜି ଅପରାହ୍ନରେ ତମାଣ୍ଡୋ ଥାନା ପୋଲିସ ଏବଂ କ୍ୱିକ୍ ଆକ୍ସନ ଟିମ୍ ମିଳିତ ଚଢ଼ାଉ କରି ତମାଣ୍ଡୋ ଥାନା ଅଧୀନ ବେହେରା ଢାବା ନିକଟରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।

ସେମାନେ ହେଲେ ବୋଲଗଡ଼ ଥାନା ବଣିଆସାହି ଗ୍ରାମର ଘନଶ୍ୟାମ ମହାପାତ୍ରଙ୍କ ପୁଅ ବିଜୟ କୁମାର ମହାପାତ୍ର (୨୮) ଏବଂ ଭଦ୍ରକ ଜିଲ୍ଲା ତିହିଡ଼ି ରାଜପୁର ଗ୍ରାମର ବାସୁଦେବ ସାହୁଙ୍କ ପୁଅ କାର୍ତ୍ତିକ ଚନ୍ଦ୍ର ସାହୁ (୩୨)। ଏମାନଙ୍କଠାରୁ ଏକାଧିକ ବସ୍ତା ଗଞ୍ଜେଇ (୧ କ୍ୱିଣ୍ଟାଲ), ଓଡି୦୫-ଏମ୍୧୦୩୫ନଂ ଇଣ୍ଡିଗୋ କାର୍, ତିନୋଟି ମୋବାଇଲ ଫୋନ୍ ଏବଂ ୩୬୦ ଟଙ୍କା ଜବତ କରାଯାଇଛି। ତମାଣ୍ଡୋ ଥାନା କେସ୍ ନଂ-୧୩୩ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା କମିଶନରେଟ୍ ପୋଲିସ ପକ୍ଷରୁ ଏକ ପ୍ରେସ ରିଲିଜ୍ ମାଧ୍ୟମରେ ଅବଗତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ