Masthead

ରାଜଧାନୀରୁ ପୁଣି ଜବତ ହେଲା ବିପୁଳ ଗଞ୍ଜେଇ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ବଢ଼ିଚାଲିଛି ଚୋରା ଗଞ୍ଜେଇ କାରବାର। ପୋଲିସ ବାରମ୍ବାର ଚଢ଼ାଉ କରି ବିପୁଳ ଗଞ୍ଜେଇ ଜବତ କରୁଥିବା ଅନେକ ନଜିର ରହିଛି। ଆଜି ଅପରାହ୍ନରେ ତମାଣ୍ଡୋ ଥାନା ପୋଲିସ ଏବଂ କ୍ୱିକ୍ ଆକ୍ସନ ଟିମ୍ ମିଳିତ ଚଢ଼ାଉ କରି ତମାଣ୍ଡୋ ଥାନା ଅଧୀନ ବେହେରା ଢାବା ନିକଟରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।

ସେମାନେ ହେଲେ ବୋଲଗଡ଼ ଥାନା ବଣିଆସାହି ଗ୍ରାମର ଘନଶ୍ୟାମ ମହାପାତ୍ରଙ୍କ ପୁଅ ବିଜୟ କୁମାର ମହାପାତ୍ର (୨୮) ଏବଂ ଭଦ୍ରକ ଜିଲ୍ଲା ତିହିଡ଼ି ରାଜପୁର ଗ୍ରାମର ବାସୁଦେବ ସାହୁଙ୍କ ପୁଅ କାର୍ତ୍ତିକ ଚନ୍ଦ୍ର ସାହୁ (୩୨)। ଏମାନଙ୍କଠାରୁ ଏକାଧିକ ବସ୍ତା ଗଞ୍ଜେଇ (୧ କ୍ୱିଣ୍ଟାଲ), ଓଡି୦୫-ଏମ୍୧୦୩୫ନଂ ଇଣ୍ଡିଗୋ କାର୍, ତିନୋଟି ମୋବାଇଲ ଫୋନ୍ ଏବଂ ୩୬୦ ଟଙ୍କା ଜବତ କରାଯାଇଛି। ତମାଣ୍ଡୋ ଥାନା କେସ୍ ନଂ-୧୩୩ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା କମିଶନରେଟ୍ ପୋଲିସ ପକ୍ଷରୁ ଏକ ପ୍ରେସ ରିଲିଜ୍ ମାଧ୍ୟମରେ ଅବଗତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା