ଥାନା ଭିତରେ ଅଭିଯୋଗକାରୀଙ୍କୁ ଆକ୍ରମଣ

ରେମୁଣା (ବଡ଼ ଖବର ବ୍ୟୁରୋ): ଥାନା ଭିତରେ ପଶି ଅଭିଯୋଗକାରୀଙ୍କୁ ଆକ୍ରମଣ ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରେମୁଣା ଥାନାରେ । ଥାନା ଅଧିକାରୀଙ୍କ ଉପସ୍ଥିତିରେ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ। ପୋଲିସ ବର୍ତ୍ତମାନ ଆକ୍ସନ ମୁଡ଼ରେ । ଉକ୍ତ ଘଟଣାରେ ସଂପୃକ୍ତ ମୋଟ ୩୧ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ମୋଟ ୩୧ ଜଣଙ୍କ ନାମ ରହିଥିବା ବେଳେ ପୋଲିସ ଚାରିଆଡେ ନାକାବନ୍ଦୀ କରିଛି ।

ସୂଚନା ଅନୁସାରେ, ନୀଳଗିରି ଏସଡିପିଓ ଶ୍ରୀ ରିତେଶ ଏହାର ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କରୁଛନ୍ତି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ଗିରିଧାରୀ ଦାସ ଓ ତାର ଅନ୍ୟ ସହଯୋଗୀକୁ ଗିରଫ କରିବାରେ ସବୁପ୍ରକାର ଯୋଜନା ଚଳାଇଛି ପୋଲିସ । କାଳେ ଅଭିଯୁକ୍ତମାନେ ବାଲେଶ୍ବରରୁ କୁଆଡେ ଫେରାର ହୋଇଯିବେ ସେଥିପାଇଁ ବସଷ୍ଟାଣ୍ଡ ଓ ଷ୍ଟେସନରେ ନାକାବନ୍ଦୀ କରାଯାଇଥିବା ଜଣାପଡ଼ିଛି। ଶୁକ୍ରବାର ରାତି ସାଢ଼େ ୧୧ଟା ହେବ। ଆକ୍ରମଣର ଶିକାର ହୋଇଥିବା ଏକ ପରିବାର ଥାନାରେ ଅଭିଯୋଗ ପାଇଁ ଆସିଥିଲେ।

ଏହି ସମୟରେ ହଠାତ ଶତାଧିକ ଲୋକ ବାଇକ ରାଲିରେ ହାତରେ ଖଣ୍ଡା, କାତି ଆଦି ମାରଣାସ୍ତ୍ର ଧରି ଥାନା ଭିତରକୁ ପଶିଲେ। ଆଉ କେହି କିଛି ବୁଝିବା ପୂର୍ବରୁ ସେମାନେ ଗେଟ୍‌ ଭଙ୍ଗାରୁଜା କରିବା ସହ ଥାନା ବୋର୍ଡ ଭାଙ୍ଗିଲେ। ଆଇଆଇସି ଓ ଥାନା କର୍ମଚାରୀଙ୍କ ସାମ୍ନାରେ ଅଭିଯୋଗକାରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ । ଘଟଣାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’