Masthead

୨୯ ବର୍ଷ ପରେ ରାୟ ଶୁଣାଇଲେ ଅଦାଲତ

ଆସାମ(ବଡ଼ ଖବର ବ୍ୟୁରୋ): କଥାରେ ଅଛି ବିଳମ୍ବିତ ରାୟ ରାୟ ନୁହେଁ । ଦୀର୍ଘ ୨୯ ବର୍ଷ ପରେ ଅଦାଲତ ରାୟ ଶୁଣାଇଛନ୍ତି । ଦେଇଛନ୍ତି କ୍ଷତିପୂରଣ ନିର୍ଦ୍ଦେଶ । ୨୦ ଲକ୍ଷ ଟଙ୍କା ଲେଖାଏଁ ପ୍ରତି ପରିବାରକୁ ଦେବାକୁ ଅଦାଲତ ଦେଇଛନ୍ତି ନିର୍ଦ୍ଦେଶ । ଭାରତୀୟ ସେନା ଏନକାଉଣ୍ଟରରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୯ ବର୍ଷ ପରେ ଆସିଲା ରାୟ । ପ୍ରତ୍ୟେକ ପରିବାରକୁ ୨୦ ଲକ୍ଷ ଟଙ୍କା ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ହାଇକୋର୍ଟ । ଆସାମର ତିନସୁକିଆରେ ଜଣେ ଚା ବଗିଚା ପରିଚାଳକଙ୍କ ମୃତ୍ୟୁ ପରେ ୧୯୯୪ ଫେବୃଆରୀ ୧୭ ରୁ ୧୯ ମଧ୍ୟରେ ସେନା କର୍ମଚାରୀ ପାଞ୍ଚଜଣ ଆସାମ ଛାତ୍ର ସଂଗଠନର ସଦସ୍ୟଙ୍କୁ ସେମାନଙ୍କ ଘରୁ ଉଠାଇ ନେଇଥିଲେ। ପ୍ରବୀଣ ସୋନୋୱାଲ, ପ୍ରଦିପ ଦତ୍ତା, ଦେବଜିତ୍ ବିଶ୍ୱ, ଅଖିଲ ସୋନୋୱାଲ ଓ ଭୁପେନ ମୋରାନଙ୍କୁ ଯବାନମାନେ ଉଠାଇନେଇଥିଲେ ।

ପରିବାର ଲୋକେ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ କାହାର ସନ୍ଧାନ ପାଇନଥିଲେ । ବାଧ୍ୟ ହୋଇ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ ଚାଳିଥିବା ବେଳେ ୧୯୯୪ ଫେବୃଆରୀ ୨୩ରେ ଦିବ୍ରୁ ସାଇଖୋଭା ରିଜର୍ଭ ଜଙ୍ଗଲରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନିଖୋଜର ୫ଦିନ ପରେ ଶବ ମିଳିବା ଘଟଣା ପୋଲିସକୁ ଚକିତ କରିଥିଲା । ପୋଲିସ ହତ୍ୟାକାରୀଙ୍କୁ ଠାବ କରିବାର ବିଫଳ ହେବାରୁ ପରିବାର ଲୋକେ ବାଧ୍ୟ ହୋଇ ଗୌହାଟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ଏହି ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇ ନେଇଥିଲା । ଏହି ଗଣହତ୍ୟା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ୭ ଜଣ ସେନା କର୍ମଚାରୀଙ୍କୁ ଦାୟୀ କରିଥିଲା । ୨୦୧୮ରେ ଏହି ହତ୍ୟା ଘଟଣାରେ ଜଣେ ମେଜର ଜେନେରାଲଙ୍କ ସମେତ ୭ଜଣ ଯବାନଙ୍କୁ ହାଇକୋର୍ଟ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ ।

ତେବେ ୨୦୧୯ରେ ସେମାନଙ୍କର ଆବେଦନ ଉପରେ ବିଚାର କରୁଥିବା ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତମାନେମାନେ ଦୋଷୀ ନୁହଁନ୍ତି। ଗୁରୁବାର ଏହି ମାମଲାର ଶୁଣାଣି ବେଳେ ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏଏମ୍ ବୁଜୋର ବାରୁହା କହିଛନ୍ତି ଯେ ପ୍ରାୟ ୩୦ ବର୍ଷର ପୁରୁଣା ମାମଲାରେ ନ୍ୟାୟିକ ତଦନ୍ତ ଆରମ୍ଭ କରିବା ପରିବର୍ତ୍ତେ କ୍ଷତିପୂରଣ ପ୍ରଦାନ କରି ମାମଲା ବନ୍ଦ କରିବା ଉଚିତ୍ ହେବ । “କୋର୍ଟଙ୍କ ମତ ହତ୍ୟା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ । ସେନା ଅପରେସନରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ପରିସ୍ଥିତିକୁ କୋର୍ଟ ଗ୍ରହଣ କରୁଛନ୍ତି । ଲୋକଙ୍କ ମନରେ ବିଚାର ବ୍ୟବସ୍ଥା ପ୍ରତି ଆସ୍ଥା ବଜାୟ ରଖିବା ପାଇଁ ମୃତ ପାଞ୍ଚ ଜଣଙ୍କ ପରିବାରକୁ ପର୍ୟ୍ୟାପ୍ତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଉଛୁ ବୋଲି ଜଷ୍ଟିସ ବୁଜୋର ବାରୁଆ କହିଛନ୍ତି। ଏହି ଘଟଣା ପରଠାରୁ ସମୟ ଅତିବାହିତ କରି ଜଷ୍ଟିସ୍ ବୁଜୋର ବାରୁଆ କହିଛନ୍ତି । ବର୍ଷ ବର୍ଷ ଧରି ବିଭିନ୍ନ ଅଦାଲତରେ ଚାଲିଥିଲା ଏହି ମାମଲା । ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ସମ୍ପର୍କରେ ଅଦାଲତଙ୍କ ପାଖରେ କୌଣସି ଠିକ୍ ତ୍ୟ ନାହିଁ । ତିନସୁକିଆ ଜିଲ୍ଲାଜଜ୍ ମୃତ ପାଞ୍ଚଜଣଙ୍କ ପରିବାରକୁ ନୋଟିସ୍ କରି କ୍ଷତିପୂରଣ ରାଶି ପ୍ରଦାନ କରି ହାଇକୋର୍ଟଙ୍କୁ ଅବଗତ କରାଇବାକୁ ଜଷ୍ଟିସ ବୁଜୋର ବାରୁଆ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ