Masthead

ପାଣି ପାଇଁ ପମ୍ପ ହାଉସରେ ତାଲା

ଘଷିପୁରା (ବଡ଼ ଖବର ବ୍ୟୁରୋ): ଗ୍ରାମାଞ୍ଚଳରେ ପାନୀୟ ଜଳ ସଂକଟ ଦୂର କରିବାକୁ ସରକାର ବସୁଧା ଯୋଜନାରେ ଓଭର ହେର୍ଡ ଟାଙ୍କି ନିର୍ମାଣ କରି ପ୍ରତି ଗାଁକୁ ପାଇପ ଯୋଗେ ସକାଳେ ସନ୍ଧ୍ୟାରେ ପିଇବା ପାଣି ଯୋଗାଇ ଆସୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ତ୍ରୁଟିପୂର୍ଣ୍ଣ ପାଇପ ବିଛା କାରଣରୁ ଅନେକ ଦିନ ହେଲେ ପାଣି ସମସ୍ୟା ଲାଗି ରହିଛି । ଏଭଳି ଅଭାବନିୟ ପରିସ୍ଥିତି ଦେଖିବାକୁ ମିଳିଛି ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ କଇଁସିଆରୀ ଗ୍ରାମରେ ।

ସପ୍ତାହ ହେଲା ପିଇବା ପାଣି ବନ୍ଦ କରି ଦିଆଯାଇଛି । ଫଳରେ ଗାଁ ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଏପରି କି ଗରାଏ ପାଣି ପାଇଁ ଗୋଟିଏ ନଳକୂପ ନିକଟରେ ଘଣ୍ଟା ଘଣ୍ଟା ସମୟ ଧରି ଅପେକ୍ଷା କରାବାକୁ ପଡୁଛି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି। ଗ୍ରାମରେ ଦୁଇଟି ନଳକୂପ ଥିଲେ ମଧ୍ୟ ଗୋଟିକରେ ଅଭ୍ର ମିଶ୍ରିତ ଗୋଳିଆ ପାଣି ବାହାରୁ ଥିବା ବେଳେ ମାତ୍ର ଗୋଟିଏ ନଳକୂପ ଉପରେ ପ୍ରାୟ ଶହେ ପରିବାର ନିର୍ଭରଶୀଳ ହେଉଛନ୍ତି । ଗାଁ ଲୋକଙ୍କ ଅଭିଯୋଗ, ୫ ବର୍ଷ ତଳେ ଗାଁ ମୁଣ୍ତରେ ବୋରୱେଲ୍ ଖୋଳାଯାଇ ଓଭର ହେର୍ଡ ଟାଙ୍କି ମାଧ୍ୟମରେ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆ ଯାଉଥିଲା । ଏଥି ପାଇଁ ଗ୍ରାମରେ ଷ୍ଟାଣ୍ତପୋଷ୍ଟ ନିର୍ମାଣ କରାଯାଇଥିଲା ।

ନିର୍ମାଣର ବର୍ଷକ ପରେ ପାଣି ଆସିବା ବନ୍ଦ ହୋଇଗଲା। ଯାହାକୁ ନେଇ ଲୋକେ ବିଭାଗୀୟ ଯନ୍ତ୍ରୀଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ମରାମତି ହୋଇ ପାରିଲା ନାହିଁ । ଗ୍ରୀଷ୍ମ ଋତୁରେ ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି । ପାନୀୟ ଜଳ ସଂକଟରୁ ମୁକ୍ତି ପାଇଁ ଗ୍ରାମର ଅନେକ ମହିଳା ପୁରୁଷ ଆଜି ସକାଳୁ ପାଣି ପମ୍ପ ହାଊସ ନିକଟରେ ପ୍ରତିବାଦ କରିବା ସହ ଗେଟରେ ତାଲା ପକାଇ ଦେଇଛନ୍ତି । ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀ ଲୋକଙ୍କ ଆଲୋଚନା କରି ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ। ସେପଟେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ତୁରନ୍ତ ଟ୍ୟାଙ୍କର ଯୋଗେ ପିଇବା ପାଣି ବ୍ୟବସ୍ଥା ସହ ପମ୍ପର ଆବଶ୍ୟକ ମରାମତି କରିବାକୁ ମହଲରୁ ଦାବି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ