Masthead

ଧରାପଡ଼ିଲା ଗ୍ୟାଙ୍ଗଷ୍ଟର୍ ସକିଲର ଗର୍ଲଫ୍ରେଣ୍ଡ୍

 କଟକ(ବଡ଼ ଖବର ବ୍ୟୁରୋ) କଟକରେ ଧରା ପଡିଲା ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ୍ । ତେବେ ବିଲ୍ଡରଙ୍କୁ ଦାଦାବଟି ମାଗିବା ଆଉ ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ କମିଶନରେଟ ପୋଲିସ ଆଜି ଲେଡି ଡନ ମାନସୀ ନାୟକଙ୍କୁ ଗିରଫ କରିଛି । ମାନସୀଙ୍କ ସହ ତାର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ମିଳିଥିବା ସୂଚନା ଆନୁଯାୟୀ ମାନସୀଙ୍କ ଘର ଜଗତସିଂହପୁର ଜିଲ୍ଲାରେ ।

କିଛି ଦିନ ତଳେ ମାନସୀ ଜଣେ ବିଲ୍ଡରଙ୍କୁ ଦାଦାବଟି ମାଗିଥିଲେ । ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲେ । ଏ ନେଇ ବିଲ୍ଡର ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ମାନସୀକୁ ଗିରଫ କରିଛି । ମାନସୀ ହେଉଛି ଗ୍ୟାଙ୍ଗଷ୍ଟର୍ ସକିଲର ଗର୍ଲଫ୍ରେଣ୍ଡ୍ । ମାନସୀ ସକିଲର ସହଯୋଗୀ ହିସାବରେ କାମ କରୁଥିଲା । ମାନସୀ ନାଁରେ ଏକାଧିକ ଅପରାଧିକ ରେକର୍ଡ ରହିଛି । ୨୦୧୪ରେ ଏକ ହତ୍ୟାକାଣ୍ଡ ମାମଲାରେ ମାନସୀକୁ ଜଗତସିଂହପୁରରୁ ଗିରଫ କରାଯାଇଥିଲା । ଗିରଫ ପରେ କୋର୍ଟ ଚାଲାଣ ମଧ୍ୟ କରାଯାଇଥିଲା । ତେବେ ସେ ପୁଣିଥରେ ଦାଦାବଟି ମାଗିବା ଆରମ୍ଭ କରି ଦେଇଥିଲା । ଏହି ମାମଲା ପୋଲିସ ପାଖରେ ପହଞ୍ଚିଥିଲା । ତେବେ ପୋଲିସ ମାନସୀକୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ