Masthead

ଝିଅମାନେ ରାଫାଲ ଯୁଦ୍ଧ ବିମାନ ଉଡ଼ାଉଛନ୍ତି :ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଶ ଆଜି ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀ ପାଳନ ସମାରୋହକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂଜା ଓ ଯଜ୍ଞ କରିଛନ୍ତି। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ, ଅର୍ଜୁନ ରାମ ମେଘୱାଲ ଏବଂ ମୀନାକ୍ଷୀ ଲେଖୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଦିୟାନନ୍ଦ ସରସ୍ବତୀଙ୍କ ସମାଜ ପାଇଁ କରିଥିବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ସେ କହିଛନ୍ତି ଯେ ଏହି ଉତ୍ସବ ଐତିହାସିକ ଏବଂ ଭବିଷ୍ୟତରେ ଇତିହାସ ସୃଷ୍ଟି କରିବ। ଆଜି ଏକବିଂଶ ଶତାବ୍ଦୀରେ ଯେତେବେଳେ ବିଶ୍ୱ ଅନେକ ବିବାଦରେ ଛନ୍ଦି ହୋଇ ହିଂସା ଏବଂ ଅସ୍ଥିରତା ମଧ୍ୟରେ ଜଡିତ ରହିଛି ସେତେବେଳେ ଦୟାନନ୍ଦଙ୍କ ଦ୍ୱାରା ପ୍ରଦର୍ଶିତ ପଥ କୋଟି କୋଟି ଲୋକଙ୍କ ମଧ୍ୟରେ ଭରସା ସୃଷ୍ଟି କରିଛି। ଯେତେବେଳେ ଦାୟନ୍ଦ ଜନ୍ମ ହୋଇଥିଲେ ଦେଶ ପରାଧୀନ ଦ୍ୱାରା ଦୁର୍ବଳ ହେବା ପରେ ନିଜର ଗୌରବ, ଆତ୍ମବିଶ୍ୱାସ ଏବଂ ସବୁକିଛି ହରାଉଥିଲା।

ପ୍ରତ୍ୟେକ ମୁହୂର୍ତ୍ତରେ ଆମର ମୂଲ୍ୟବୋଧ ଏବଂ ଆଦର୍ଶକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା। ଏପରି ସମୟରେ ସାମାଜିକ ଭେଦଭାବ, ଉଚ୍ଚ-ନିମ୍ନ, ଅସ୍ପୃଶ୍ୟତା ଭଳି ସାମାଜିକ ଦୁଷ୍କର୍ମ ବିରୋଧରେ ଦୟାନନ୍ଦ ଏକ ଶକ୍ତିଶାଳୀ ଅଭିଯାନ ଆରମ୍ଭ କରିଥିଲେ । ମହିଳାମାନଙ୍କ ସମ୍ବନ୍ଧରେ ସମାଜରେ ବୃଦ୍ଧି ପାଇଥିବା ପାରମ୍ପରିକ ପ୍ରଥା ବିରୋଧରେ ଦାୟାନନ୍ଦ ଯୁକ୍ତିଯୁକ୍ତ ଏବଂ ପ୍ରଭାବଶାଳୀ ସ୍ବର ଉତ୍ତୋଳନ କରିଥିଲେ।

ସେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବକୁ ବିରୋଧ କରି ମହିଳା ଶିକ୍ଷା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ଏହାର ଫଳ ସ୍ବରୂପ ଆଜି ଦେଶର ଝିଅମାନେ ରାଫାଲ ଯୁଦ୍ଧ ବିମାନ ଉଡ଼ାଉଛନ୍ତି। ଗରିବ ଏବଂ ଅଧିବାସୀମାନଙ୍କର ଉନ୍ନତିକୁ ହେଉଛିପ୍ରାଥମିକତା ପ୍ରଦାନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ