Masthead

ବିଶ୍ୱରେ ଠପ ହେଲା ଗୁଗୁଲ ମିଟ

(ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱରେ ଠପ ହୋଇଛି ଗୁଗୁଲ ମିଟ । ଯାହା କି ୟୁଜର ମାନଙ୍କ ଚିନ୍ତାର କାରଣ ପାଲଟିଛି । ୫ଜୁନ ସକାଳେ ଗୁଗୁଲ ମିଟ ଡାଉନ ହୋଇଥିବା ଜଣାପଡ଼ିଥିଲା । ତେବେ ବିଶ୍ୱରେ କରୋନା ମହାମାରୀ କାରଣରୁ ଅନେକ ଦେଶରେ ଶିକ୍ଷଣ ସଂସ୍ଥାନ ସକାଳୁଆ ଅନଲାଇନ କ୍ଲାସ କରୁଛନ୍ତି । ଗୁଗୁଲ ମିଟ ଠପ ହେବାଦ୍ୱାରା ବିଶେଷ କରି ଛାତ୍ରଛାତ୍ରୀ ମାନେ ପ୍ରଭାବିତ ହୋଇଛନ୍ତି । ତେବେ କୌଣସି ବୈଷୟିକ କାରଣ ନୁହେଁ ସକାଳଠାରୁ ଗୁଗଲ ମିଟ୍‌ ଠପ ଥିବା ଡାଉନ ଡିଟେକ୍ଟର ମଧ୍ୟ ପୁଷ୍ଟି କରିଛି। ଡାଉନ ଡିଟେକ୍ଟରରେ ଦିଆଯାଇଥିବା ସୂଚନା ଅନୁସାରେ ୫ଜୁନ ସକାଳ ୬ଟା ୪୨ମିନିଟରେ ଗୁଗୁଲମିଟ ଡାଉନ ହୋଇଛି । ପୂର୍ବାହ୍ନ ୧୦ଟା ସୁଦ୍ଧା ପାଖାପାଖି ୧ହଜାର ଲୋକ ଏହା ବନ୍ଦଥିବା ନେଇ ଅଭିଯୋଗ କରିଥିଲେ ।

ଏଥିରୁ ୬୩ ପ୍ରତିଶତ ଲୋକେ ମିଟିଂ ଜଏନ କରି ପାରୁନଥିବା ଅଭିଯୋଗ କରିଥିବା ବେଳେ ୨୦ ପ୍ରତିଶତ ଲୋକ ଲଗଇନ୍‌ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଗୁଗଲ ମିଟ୍‌ ଡାଉନ ହେବା ଯୋଗୁ ଭାରତରେ ସବୁଠୁ ଅଧିକ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କରୋନା ଲକଡାଉନରେ ସ୍କୁଲ କଲେଜ ଖୋଲୁନଥିବା ବେଳେ ବିଶେଷ କରି ଛାତ୍ରଛାତ୍ରୀ ଅନଲାଇନ କ୍ଲାସ୍ କରୁଛନ୍ତି। ତେବେ ଆପ୍‌ ନ ଖୋଲିବା ଛାତ୍ରଛାତ୍ରୀଙ୍କ ଲାଗି ସମସ୍ୟାର କାରଣ ପାଲଟିଥିଲା। ଗୁଗଲଙ୍କ ଏହା ଭିଡିଓ କନଫରେନ୍ସିଂ ଆପ୍‌ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ କ୍ଲାସ୍‌ କରିବା ଏଥିରେ ସହଜ ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ