Masthead

ବିଶ୍ୱରେ ଠପ ହେଲା ଗୁଗୁଲ ମିଟ

(ବଡ଼ ଖବର ବ୍ୟୁରୋ): ସାରା ବିଶ୍ୱରେ ଠପ ହୋଇଛି ଗୁଗୁଲ ମିଟ । ଯାହା କି ୟୁଜର ମାନଙ୍କ ଚିନ୍ତାର କାରଣ ପାଲଟିଛି । ୫ଜୁନ ସକାଳେ ଗୁଗୁଲ ମିଟ ଡାଉନ ହୋଇଥିବା ଜଣାପଡ଼ିଥିଲା । ତେବେ ବିଶ୍ୱରେ କରୋନା ମହାମାରୀ କାରଣରୁ ଅନେକ ଦେଶରେ ଶିକ୍ଷଣ ସଂସ୍ଥାନ ସକାଳୁଆ ଅନଲାଇନ କ୍ଲାସ କରୁଛନ୍ତି । ଗୁଗୁଲ ମିଟ ଠପ ହେବାଦ୍ୱାରା ବିଶେଷ କରି ଛାତ୍ରଛାତ୍ରୀ ମାନେ ପ୍ରଭାବିତ ହୋଇଛନ୍ତି । ତେବେ କୌଣସି ବୈଷୟିକ କାରଣ ନୁହେଁ ସକାଳଠାରୁ ଗୁଗଲ ମିଟ୍‌ ଠପ ଥିବା ଡାଉନ ଡିଟେକ୍ଟର ମଧ୍ୟ ପୁଷ୍ଟି କରିଛି। ଡାଉନ ଡିଟେକ୍ଟରରେ ଦିଆଯାଇଥିବା ସୂଚନା ଅନୁସାରେ ୫ଜୁନ ସକାଳ ୬ଟା ୪୨ମିନିଟରେ ଗୁଗୁଲମିଟ ଡାଉନ ହୋଇଛି । ପୂର୍ବାହ୍ନ ୧୦ଟା ସୁଦ୍ଧା ପାଖାପାଖି ୧ହଜାର ଲୋକ ଏହା ବନ୍ଦଥିବା ନେଇ ଅଭିଯୋଗ କରିଥିଲେ ।

ଏଥିରୁ ୬୩ ପ୍ରତିଶତ ଲୋକେ ମିଟିଂ ଜଏନ କରି ପାରୁନଥିବା ଅଭିଯୋଗ କରିଥିବା ବେଳେ ୨୦ ପ୍ରତିଶତ ଲୋକ ଲଗଇନ୍‌ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଗୁଗଲ ମିଟ୍‌ ଡାଉନ ହେବା ଯୋଗୁ ଭାରତରେ ସବୁଠୁ ଅଧିକ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କରୋନା ଲକଡାଉନରେ ସ୍କୁଲ କଲେଜ ଖୋଲୁନଥିବା ବେଳେ ବିଶେଷ କରି ଛାତ୍ରଛାତ୍ରୀ ଅନଲାଇନ କ୍ଲାସ୍ କରୁଛନ୍ତି। ତେବେ ଆପ୍‌ ନ ଖୋଲିବା ଛାତ୍ରଛାତ୍ରୀଙ୍କ ଲାଗି ସମସ୍ୟାର କାରଣ ପାଲଟିଥିଲା। ଗୁଗଲଙ୍କ ଏହା ଭିଡିଓ କନଫରେନ୍ସିଂ ଆପ୍‌ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ କ୍ଲାସ୍‌ କରିବା ଏଥିରେ ସହଜ ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ