Masthead

କିଏ ପିକେ ରୋଜି, ଯାହାଙ୍କୁ ଆଜି ମନେପକାଇଲା ଗୁଗୁଲ ?

ଆଜି ପିକେ ରୋଜିଙ୍କର ୧୨୦ତମ ଜନ୍ମ ଦିବସ

ନୂଆଦିଲ୍ଲୀ(ବଡ ଖବର ବ୍ୟୁରୋ): ପ୍ରଥମ ଦଳିତ ଅଭିନେତ୍ରୀ ତଥା ମାଲାୟାଲାମ ସିନେମା ଜଗତର ପ୍ରଥମ ଅଭିନେତ୍ରୀ ପିକେ ରୋଜିଙ୍କର ଆଜି ୧୨୦ତମ ଜନ୍ମ ଦିବସ । ଏହି ଅବସରରେ ଗୁଗୁଲଆଜି ରୋଜିଙ୍କୁ ମନେ ପକାଇ ତାଙ୍କ ଉଦେ୍ଦଶ୍ୟରେ ଏକ ଡୁଡଲ ପ୍ରସ୍ତୁତ କରିଛି । ଏହି ଗୁଗୁଲ୍ ଡୁଡଲରେ ଫୁଲ ଏବଂ ଫିଲ୍ମ ରିଲରେ ସଜ୍ଜିତ ରୋଜିଙ୍କ ପ୍ରତିଛବି ଦେଖିବାକୁ ମିଳୁଛି ।

ପି.କେ ରୋଜି ଫେବୃଆରୀ ୧୦, ୧୯୦୩ ରେ କେରଳର ଥିରୁବନନ୍ତପୁରମରେ ଜନ୍ମଗ୍ରହଣ କରିଥିଲେ। ଅଭିନେତ୍ରୀଙ୍କ ପ୍ରକୃତ ନାମ ଥିଲା ରାଜମା। ଅଳ୍ପ ବୟସରୁ ଅଭିନୟକୁ ଭଲ ପାଉଥିବା ରୋଜି ପ୍ରଥମରୁ ହିଁ ଅଭିନେତ୍ରୀ ହେବା ପାଇଁ ସ୍ୱପ୍ନ ଦେଖିଥିଲେ । ତାଙ୍କ ଅଭିନୟର ଯାତ୍ରା ଆରମ୍ଭ ହୋଇଥିଲା ୧୯୨୮ ମସିହାରୁ । ପି.କେ ରୋଜି ୧୯୨୮ ମସିହାରେ ମାଲାୟାଲମ୍ ଚଳଚ୍ଚିତ୍ର ଭିଗାଥାକୁମାରନ୍ (ହଜିଯାଇଥିବା ଶିଶୁ) ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଏହି ଚଳଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ଦର୍ଶକଙ୍କ ମନମୁଗ୍ଧ କରିଦେଇଥିଲା । ପ୍ରଥମ ଚଳଚିତ୍ରରୁ ହିଁ ସେ ମାଲାୟାଲାମ ଚଳଚିତ୍ର ଜଗତରେ ପ୍ରତିଷ୍ଠିତ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରି ପି.କେ ରୋଜି ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିବା ବେଳେ ବହୁ ବିବାଦର ସମ୍ମୁଖିନ ମଧ୍ୟ ହୋଇଥିଲେ। ଫିଲ୍ମରେ ହିରୋ ରୋଜିଙ୍କ କେଶରେ ଏକ ଫୁଲକୁ ଚୁମ୍ବନ କରୁଥିବାର ଦୃଶ୍ୟ ରହିଥିଲା ।

ଏହି ଦୃଶ୍ୟ ଅନେକଙ୍କର ଭାବନାକୁ ବ୍ୟାଘାତ କରିଥିଲା । କଥା ଏତେ ଆଗୁ ବଡିଥିଲା ଯେ କିଛି ଅସାମାଜିକ ଲୋକ ରୋଜିଙ୍କ ଘର ପୋଡି ଦେବା ସହ ତାଙ୍କୁ ନିଜ ରାଜ୍ୟ ଛାଡିବାକୁ ବାଧ୍ୟ କରିଥିଲେ । କୁହାଯାଏ ସେତେବେଳେ ସେ ଏକ ଲୋରୀରେ ନିଜ ରାଜ୍ୟ ଛାଡି ତାମିଲନାଡୁ ପଳାଇଆସିଥିଲେ । ପରେ ସେ ତାମିଲନାଡୁରେ ସେହି ଲୋରୀ ଡ୍ରାଇଭରଙ୍କୁ ବିବାହ ମଧ୍ୟ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା