Masthead

ସମଲିଙ୍ଗୀ ବିବାହ: ନାକ ଟେକୁଛନ୍ତି ପରିବାର

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ସୁକିନ୍ଦାରେ ସମଲିଙ୍ଗୀ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ । ନିଜର ଜୀବନ ପ୍ରତି ବିପଦ ଥିବା ରୁ ଥାନାରେ ଆଶ୍ରୟ ନେଇଛନ୍ତି ସମଲିଙ୍ଗୀ ଦମ୍ପତି। ଏହି ଦମ୍ପତି ଦୁହେଁ ପୁଅ ଝିଅ ନୁହେଁ ବରଂ ଦୁହେଁ ଝିଅ, ହେଲେ ପରସ୍ପରକୁ ବାଛିନେଇଛନ୍ତି ଜୀବନସାଥୀ ଭାବେ। ବିବାହ ମଧ୍ୟ କରିସାରିଛନ୍ତି। ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟ ସ୍ୱୀକୃତି ଦେଇଥିବା ବେଳେ ପରିବାର ଲୋକଙ୍କ ବିରୋଧ ଓ ଧମକ ଆଗରେ ନିଜର ସୁରକ୍ଷା ପାଇଁ ଥାନାରେ ନେଇଛନ୍ତି ଆଶ୍ରୟ ।

ଦମ୍ପତିଙ୍କ ମଧ୍ୟରେ ବର ହେଉଛନ୍ତି ଜଖପୁରା ଥାନା ରାବଣା ଗ୍ରାମର ଶ୍ରୀଧର ପତିଙ୍କ ଝିଅ ଶୁଭଲକ୍ଷ୍ମୀ। ସେ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିକ୍ୟୁରିଟି ଭାବେ କାମ କରନ୍ତି । କନ୍ୟା ହେଉଛନ୍ତି କୋରେଇ ଥାନା ଚାନ୍ଦମା ଗ୍ରାମର ସୁରେନ୍ଦ୍ର ମିଶ୍ରଙ୍କ ଝିଅ ଲଷ୍ମୀପ୍ରିୟା ମିଶ୍ର । କିଛିଦିନ ହେବ ଦୁଇ ସମଲିଙ୍ଗୀ ବିବାହ ବନ୍ଧନ ରେ ବାନ୍ଧି ହୋଇ ଦାନଗଦି ଠାରେ ରହିଆସୁଥିଲେ। ଏହି ସମଲିଙ୍ଗୀ ବିବାହକୁ ବିରୋଧ କରି ଲକ୍ଷ୍ମୀପ୍ରିୟା ଙ୍କ ବାପା କୋରେଇ ଥାନାରେ ଅଭିଯୋଗ କରିଥିଲେ। ଦମ୍ପତିଙ୍କୁ ନେଇ ଵିବାଦ ଥାନାରେ ପହଞ୍ଚିବା ପରେ କୋରେଇ ପୋଲିସ ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ ପାଇଁ ଉଦ୍ୟମ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ