Masthead

ଭୂପେଶ ନା ରମଣ ଛତିଶଗଡ଼ରେ କାହାର ଆସିବ ସରକାର?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ’ଣ ହେବ ଛତିଶଗଡର ମହାରଣନୀତି । ରହିବେ ଭୂପେଶ ନା ଫେରିବେ ରମଣ । ଇଭିଏମରେ ସିଲ ହୋଇଛି ନୂଆ ସରକାରଙ୍କ ଭାଗ୍ୟ । ସରକାର ନୂଆ ହେବ ନା ପୁରୁଣା ନୂଆ କରି ଆସିବ । ଛତିଶଗଡରେ ୯୦ ସିଟ ପାଇଁ ମତଦାନ ହୋଇଛି । ୯୫୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨କୋଟି ୩ଲକ୍ଷ ୮୦ହଜାର ୭୯ ଭୋଟର । ରବିବାର ଆସିବ ଫଳ । ଏଥର ଛତିଶଗଡରେ କିଏ ଗଢିବ ସରକାର । କଂଗ୍ରେସ, ବିଜେପି ମଧ୍ୟରେ ହେବ କଡା ଟକ୍କର । ଛତିଶଗଡରେ ରହିଛି କଂଗ୍ରେସ ଶାସିତ ଭୁପେଶ ବାଘେଲ ସରକାର । ଏଥର ମଧ୍ୟ ସେଠାରେ କଂଗ୍ରେସ ସରକାର ଗଢିବ ଯାହା ଏକଜିଟ ପୋଲ କହୁଛି ।

ଯଦି ଏକଜିଟ ପୋଲ ସତ ହୁଏ ତେବେ ପୁଣି କଂଗ୍ରେସ ଛତିଶଗଡରେ ନୂଆ ରୂପରେ ଆସିବ ଏବଂ ସରକାର ଗଢିବ । ଛତିଶଗଡରେ ବିଜେପିର ଦବଦବା ମଧ୍ୟ କିଛି କମ ନାହିଁ । ବିଜେପି ମଧ୍ୟ ୩୬ରୁ ୪୬ ସିଟରେ ଜିତିବା ନେଇ ଅନୁମାନ କରାଯାଉଛି । ଯଦି ୨୦୧୮ କଥା ଦେଖିବା ତେବେ ୨୦୧୮ରେ କଂଗ୍ରେସ ୬୮ ସିଟରେ ଜିତିଥିଲା ଏବଂ ବିଜେପି ପାଇଥିଲା ମାତ୍ର ୧୫ ସିଟ । ଚଳିତ ବର୍ଷ କଂଗ୍ରେସ ମହିଳା ଭୋଟ, କୃଷକ ଭୋଟ ଅଧିକ ମିଳିବ । କଂଗ୍ରେସ ଯେଉଁସବୁ ପ୍ରସଙ୍ଗକୁ ଅସ୍ତ୍ର କରି ରଣାଙ୍ଗନକୁ ଓହ୍ଲାଇଥିଲା, ସେଥିରେ ଯଦି ବିଫଳ ହୁଏ ତେବେ ଫାଇନାଲରେ କ’ଣ ପ୍ରସଙ୍ଗ କରିବ ତାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଯଦି ସଫଳତା ହାସଲ କରେ ତେବେ ତାହା ବିଜେପି ପାଇଁ ଚିନ୍ତାର କାରଣ ପାଲଟିପାରେ ବୋଲି ମଧ୍ୟ ଆଲୋଚନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ